ଓଡିଶା

odisha

ETV Bharat / bharat

ନିଜ ସୁରକ୍ଷା ନିଜ ହାତରେ: ପଞ୍ଜାମ ସିଏମ - ପଞ୍ଜାବ କୋରୋନା

ପଞ୍ଜାବରେ ଗତ କିଛି ଦିନ ଧରି ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ପାଇଁ ଅମାନିଆଙ୍କୁ ଚେତାଇ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଅଧିକ ପଢନ୍ତୁ...

ପଞ୍ଜାବର ସୁରକ୍ଷା ଏହାର ଲୋକଙ୍କ ହାତରେ
ପଞ୍ଜାବର ସୁରକ୍ଷା ଏହାର ଲୋକଙ୍କ ହାତରେ

By

Published : Aug 2, 2020, 8:17 AM IST

ଅମୃତସର: ଦେଶରେ ଅନିୟନ୍ତ୍ରିତ ଭାବେ ବଢୁଛି କୋରୋନା ସଂକ୍ରମଣ । ଦୈନିକ ରେକର୍ଡ ସଂଖ୍ୟକ ମାମଲା ରିପୋର୍ଟ କରାଯାଉଛି । ତଥାପି କେତେକ ଅମାନିଆ ଆଜି ପର୍ଯ୍ୟନ୍ତ ସତର୍କ ହେବାକୁ ନାରାଜ । କୋଭିଡ-19 ନିୟମ ପାଳୁନଥିବା କେତେକ ଅମାନିଆଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଚେତାଇ କହିଛନ୍ତି ନିଜ ସୁରକ୍ଷା ଏବେ ନିଜ ହାତରେ ।

ଗତ କିଛି ଦିନ ହେବ ପଞ୍ଜାବରେ ସଂକ୍ରମଣ ମାମଲା ମାତ୍ରାଧିକ ବଢିବାରେ ଲାଗିଛି । ଯଦି କୋଭିଡ ନିୟମ ସଠିକ ଭାବେ ପାଳନ ନୁହେଁ ତେବେ ଏହାର ପରିଣାମ ବିପଦଜ୍ଜନକ ହେବ ବୋଲି ରୋକଠୋକ ଶୁଣାଇଛନ୍ତି ଅମରିନ୍ଦର ।

ରାଜ୍ୟରେ ମାସ୍କ, ସାମାଜିକ ଦୂରତା ଓ ଅନ୍ୟାନ୍ୟ କୋଭିଡ ନିୟମକୁ ଜୋରଦାର ଉଲ୍ଲଙ୍ଘନ କରାଯାଉଛି । ଶୁକ୍ରବାର ବିଭିନ୍ନ ଉଲ୍ଲଙ୍ଘନ ପାଇଁ 4900 ଚାଲାଣ କଟାଯାଇଛି । ଯାହାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ମାସ୍କ ପିନ୍ଧିବା, ହାତ ଧୋଇବା ଓ ରାସ୍ତାରେ ଛେପ ନ ପକାଇବା ଭଳି ନିୟମକୁ ପାଳିବାକୁ ଲୋକଙ୍କୁ କଷ୍ଟକର ହୋଇପଡୁଛି ।

ଏଥିସହ ମୁଖ୍ୟମନ୍ତ୍ରୀ ନିଜର ଫେସବୁକ ଲାଇଭ ‘ଆକ୍ସ କ୍ୟାପଟେନ’ କାର୍ଯ୍ୟକ୍ରମରେ ଯୁବପିଢିଙ୍କୁ କହିଥିଲେ ‘ତୁମେ ତମର ସାଥୀ ପଞ୍ଜାବୀଙ୍କ କଥା ଚିନ୍ତା କରୁନାହଁ କି’। ଏଥିସହ ସେ ମହାରାଷ୍ଟ୍ର, ଦିଲ୍ଲୀ ଭଳି କୋରୋନା ହଟସ୍ପଟର ଉଦାହରଣ ଦେଇ କହିଥିଲେ ପଞ୍ଜାବର ସୁରକ୍ଷା ଏହାର ଲୋକ ମାନଙ୍କ ଉପରେ ।

କେନ୍ଦ୍ରର ଅନଲକ୍ 3 ନିର୍ଦ୍ଦେଶାବଳୀ ଅନୁଯାୟୀ ପଞ୍ଜାବ ସରକାର ଅଗଷ୍ଟ 5 ତାରିଖରୁ ଜିମ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହି ସମୟରେ ସମସ୍ତ ପ୍ରୋଟୋକଲ୍ ଏବଂ ନିର୍ଦ୍ଦେଶନାମାକୁ କଡାକଡି ପାଳନ କରିବାକୁ ପଡିବ ଯାହା ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯିବ। ରାଜ୍ୟରେ ବର୍ତ୍ତମାନ ଗୋଟିଏ ପ୍ଲାଜମା ବ୍ୟାଙ୍କ ରହିଥିବାବେଳେ ଆଗକୁ ଆଉ ଗୋଟିଏ ହେବାକୁ ଯାଉଛି ।

ABOUT THE AUTHOR

...view details