ଓଡିଶା

odisha

ETV Bharat / bharat

କୃଷି ଆଇନ ବିରୋଧରେ ବିଧେୟକ ଆଗତ କଲେ ପଞ୍ଜାବ ସରକାର

ମଙ୍ଗଳବାର ପଞ୍ଜାବ ବିଧାନସଭାରେ ନୂଆ କୃଷି ଆଇନ ବିରୋଧରେ ବିଲ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ଅଧିକ ପଢନ୍ତୁ...

କୃଷି ଆଇନ ବିୋଧରେ ବିଧେୟକ ଆଗତ କଲେ ପଞ୍ଜାବ ସରକାର
କୃଷି ଆଇନ ବିୋଧରେ ବିଧେୟକ ଆଗତ କଲେ ପଞ୍ଜାବ ସରକାର

By

Published : Oct 20, 2020, 4:04 PM IST

ଚଣ୍ଡିଗଡ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କଂଗ୍ରେସ ଶାସିତ ରାଜ୍ୟ ସରକାରଙ୍କ ମନରେ ଥମୁନି ଆକ୍ରୋଶର ନିଆଁ । ମଙ୍ଗଳବାର ପଞ୍ଜାବ ବିଧାନସଭାରେ ନୂଆ କୃଷି ଆଇନ ବିରୋଧରେ ବିଲ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ବିରୋଧି ଅକାଳୀ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସରକାର ବରଂ ଭାଙ୍ଗିଯାଉ, ହେଲେ ସେ ଚାଷୀଙ୍କ ସହ ଦୃଢ ଭାବରେ ଛିଡା ହୋଇ ରହିବେ ।

କ୍ୟାପ୍ଟେନ ସିଂହ କହିଛନ୍ତି, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଭୂମିହୀନଙ୍କ ଅଧିକାରକୁ କ୍ଷୂର୍ଣ୍ଣ କରୁଛି । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଧାନସଭାରେ 3ଟି ବିଧେୟକ ଆଗତ ହୋଇଛି । ଏମାନଙ୍କ ମଧ୍ୟରେ ଚାଷୀଙ୍କ ସୁବିଧା ଅଧ୍ୟାଦେଶରେ ସଂଶୋଧନ ବିଧେୟକ 2020, ଆବଶ୍ୟକ ବସ୍ତୁ ଅଧ୍ୟାଦେଶରେ ସଂଶୋଧନ ବିଧେୟକ 2020, ଚାଷୀଙ୍କ ଚୁକ୍ତି ଓ ଚାଷୀ ସେବା ଅଧିନିୟମରେ ସଂଶୋଧନ ବିଧେୟକ 2020 ସାମିଲ ରହିଛି ।

ବିଧେକ ଆଗତ ସମୟରେ କ୍ୟାପ୍ଟେନ ଅମରିନ୍ଦର କହିଛନ୍ତି, ମୋତେ ମୋ ସରକାର ଭାଙ୍ଗିବା ନେଇ କୌଣସି ଭୟ ନାହିଁ । ମୁଁ ଇସ୍ତଫା ଦେବା ପାଇଁ ମଧ୍ୟ ରାଜି ଅଛି । ପୂର୍ବରୁ ମଧ୍ୟ ପଞ୍ଜାବ ପାଇଁ ଇସ୍ତଫା ଦେଇସାରିଛି । ଆମେ ଚାଷୀଙ୍କ ସହ ଦୃଢ ଭାବରେ ଛିଡା ହୋଇଛୁ ।

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବିଧେୟକ ଆଗତ କରିବାରେ ପ୍ରଥମ ରାଜ୍ୟ ହୋଇଛି ପଞ୍ଜାବ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ବିଲଗୁଡିକୁ ବିଧାନସଭାରେ ଆଗତ କରିଛନ୍ତି । ବିଧାନସଭାରେ ଆଗତ ବିଲ ଗୁଡିକରେ କମ ମୂଲ୍ୟରେ ଏମଏସପି ଦେବା ବିରୋଧରେ ଦଣ୍ଡର ପ୍ରାବଧାନ ମଧ୍ୟ ରହିଛି । କ୍ୟାପ୍ଟେନ ଅମରିନ୍ଦର ସିଂହ ଏହି ବିଲ ଆଗତ କରି ସମସ୍ତ ଦଳଙ୍କୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏକଜୁଟ ହେବାକୁ ଅପିଲ କରିଛନ୍ତି । ଏହାସହ ଚାଷୀଙ୍କ ପାଇଁ ଏମଏସପି ଅନିବାର୍ଯ୍ୟ କରିବାକୁ କେନ୍ଦ୍ରକୁ ଦାବି କରିଛନ୍ତି ସିଂହ ।

ଅନ୍ୟପକ୍ଷେ ବିଧାନସଭାରେ ଏହି ବିଲ ଆଗତ ପରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନେତୃତ୍ବରେ ସମସ୍ତ କଂଗ୍ରେସ ବିଧାୟକ ପଞ୍ଜାବ ରାଜ୍ୟପାଳଙ୍କୁ ଭେଟି ଏକ ସଂକଳ୍ପ ପତ୍ର ପ୍ରଦାନ କରିବେ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପଞ୍ଜାବରେ ଜାରି ରହିଛି ଜୋରଦାର ପ୍ରଦର୍ଶାନ ।

ABOUT THE AUTHOR

...view details