ଚଣ୍ଡିଗଡ: ସାଧାରଣତଃ ଜମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଅରୁଣାଞ୍ଚଳ ପ୍ରଦେଶରେ ହୋଇଥାଏ ସେଓ ଚାଷ । ହେଲେ ଏହି ଚାଷକୁ ପଞ୍ଜାବ ହୋସିଆରପୁରରେ କରି ଦେଖାଇଛନ୍ତି ପଞ୍ଜାବର କିଛି ଚାଷୀ। ଆଉ ଏହି ସେଓ ଗଛ ମଧ୍ୟ ଭଲ ଭାବରେ ଏଠାରେ ବଢୁଛି ।
ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ପଞ୍ଜାବର ସେଓ ଚାଷୀ ଗୁରିନ୍ଦର
ଅନ୍ୟପାଇଁ ପ୍ରେରଣା ସାଜିଛନ୍ତି ସେଓ ଚାଷୀ ଗୁରିନ୍ଦର । ହିମାଚଳ କିମ୍ବା ଜମ୍ମୁକାଶ୍ମୀର ନୁହେଁ, ସେ ପଞ୍ଜାବର ହୋସିଆରପୁରରେ କରୁଛନ୍ତି ସେଓ ଚାଷ ।
ପ୍ରଥମେ ଏହି ଚାଷକୁ ଆରମ୍ଭ କରିଥିଲେ ଗୁରିନ୍ଦର ସିଂ ବାଜୱା । ଦୁଇ ଏକର ବଗିଚାରେ ସେ ଏହି ଚାଷ କରୁଛନ୍ତି । ହୋସିଆରପୁରର ଚହଲ ଗାଁରେ ସେ ୟେନା,ଡୋରସେଟ, ପିଙ୍କ ଲେଡି ଏବଂ ଗୋଲଡେନ ସେଓ ଚାଷ କରୁଛନ୍ତି ଗୁରିନ୍ଦର । ତାଙ୍କୁ ଦେଖି ଗାଁର କିଛି ଚାଷୀ ଆରମ୍ଭ କରିଥିଲେ ଚାଷ । ଗୁରିନ୍ଦରଙ୍କ ଭଳି ସେମାନଙ୍କ ଚାଷ ମଧ୍ୟ ସଫଳ ହୋଇଥିବା ଦେଖା ଦେଇଛି ।
ପୂ୍ର୍ବରୁ ଗୁରିନ୍ଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ନିଜେ କିଛି ଭିନ୍ନ କାମ କରିବା ପାଇଁ ଚାହୁଁଥିଲେ । ଆଉ କିଛି ବର୍ଷ ତଳେ ସେ ଆରମ୍ଭ କରିଥିଲେ ଚାଷ । ଏବେ ତାଙ୍କ ବଗିଚାରେ ରହିଛି ଅନେକ ଗଛ । ଆଉ ସେଓ ମଧ୍ୟ ସେ ବଜାରେ ବିକ୍ରି କରି ଲାଭ ମଧ୍ୟ ପାଉଛନ୍ତି ।