ଚଣ୍ତିଗଡ: କୋରୋନାରେ ଆଖି ବୁଜିଲେ କୋରୋନା ଯୋଦ୍ଧା । ପଞ୍ଜାବ ଅମୃତସହର ସିଭିଲ ହସପିଟାଲରେ କାର୍ଯ୍ୟକରୁଥିବା ଡାକ୍ତର ଅରୁଣ ଶର୍ମା ରବିବାର ସଂକ୍ରମଣରେ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବଲବୀର ସିଂ ସିନ୍ଧୁ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ଶେଷକୃତ୍ୟ ସମୟରେ ମନ୍ତ୍ରୀ ଯୋଗ ଦେଇଥିଲେ। ଏବଂ ସେ ପ୍ରକୃତରେ ଜଣେ କୋରୋନା ଯୋଦ୍ଧା ବୋଲି ସେ କହିଥିଲେ । ଅରୁଣ ଜଣେ ଦକ୍ଷ ଓ ପରିଶ୍ରମୀ ଡାକ୍ତର ଥିଲେ । ଯିଏକି କୋରୋନା ବିରୋଧରେ ନିଜ ଜୀବନକୁ ବାଜି ଲଗାଇ ଥିଲେ ।
କୋରୋନାରେ ଆଖି ବୁଜିଲେ କୋରୋନା ଯୋଦ୍ଧା - ଆଖି ବୁଜିଲେ କୋରୋନା ଯୋଦ୍ଧା
ଆଖି ବୁଜିଲେ କୋରୋନା ଯୋଦ୍ଧା । ଅମୃତସହର ସିଭିଲ ହସପିଟାଲରେ କାର୍ଯ୍ୟକରୁଥିଲେ ଡାକ୍ତର । ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା । ଅଧିକ ପଢନ୍ତୁ...
ଆଖି ବୁଜିଲେ କୋରୋନା ଯୋଦ୍ଧା
ଅରୁଣ ହୃଦରୋଗରେ ପୀଡିତ ଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚଣ୍ତିଗଡର ପିଜିଆଇ ହସପିଟାଲରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସପିଟାଲକୁ ସ୍ଥାନାନ୍ତର କରାଯାଇଥାନ୍ତା । ହେଲେ, ସେ କୋରୋନାରେ ପ୍ରାଣ ହରାଇ ଥିଲେ । ସେପଟେ, ଡାକ୍ତରଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଏନେଇ ସେ ଟ୍ବିଟର ଯୋଗେ ସୂଚନା ଦେଇଛନ୍ତି ।
@ IANS