ଓଡିଶା

odisha

ETV Bharat / bharat

କେନ୍ଦ୍ର ବିରୋଧରେ ପଞ୍ଜାବର ସବୁ ଘରେ ତ୍ରିରଙ୍ଗା ଅଭିଯାନ - ସବୁ ଘରେ ତ୍ରିରଙ୍ଗା ଅଭିଯାନ

ଲକଡାଉନ ପାଇଁ ରାଜ୍ୟ କ୍ଷତି ସହୁଥିଲେ ମଧ୍ୟ କେନ୍ଦ୍ର ପକ୍ଷରୁ ନିଆଯାଉନି କୌଣସି ପଦକ୍ଷେପ । ଯାହାକୁ ନେଇ ଆଜି କେନ୍ଦ୍ର ବିରୋଧରେ ତ୍ରିରଙ୍ଗା ପତାକା ଉଡାଇବାକୁ ଅପିଲ କରିଛି ପଞ୍ଜାବ ।

କେନ୍ଦ୍ର ବିରୋଧରେ ତ୍ରିରଙ୍ଗା ପତାକା ଉଡାଇବାକୁ ପଞ୍ଜାବର ଅପିଲ
କେନ୍ଦ୍ର ବିରୋଧରେ ତ୍ରିରଙ୍ଗା ପତାକା ଉଡାଇବାକୁ ପଞ୍ଜାବର ଅପିଲ

By

Published : May 1, 2020, 11:06 AM IST

ଚଣ୍ଡିଗଡ: କୋରୋନା ବିରୁଦ୍ଧରେ ଲଢେଇ କରୁଛି ସାରା ଦେଶ । ନିଜ ସାମର୍ଥ୍ୟ ଅନୁସାରେ ଏହାକୁ ମୁକାବିଲା କରୁଛନ୍ତି ଦେଶର ବିଭିନ୍ନ ରାଜ୍ୟ । କେତେକ ଅଣ ବିଜେପି ରାଜ୍ୟ କେନ୍ଦ୍ର ଉପରେ ଭେଦଭାବ କରୁଥିବାର ଅଭିଯୋଗ କରିଛି । ଏହାକୁ ବିରୋଧ କରି ଆଜି ପଞ୍ଜାବରେ ସମସ୍ତ ଘର ଛାତ ଉପରେ ତ୍ରିରଙ୍ଗା ପତାକା ଉଡାଇବାକୁ ଅପିଲ କରାଯାଇଛି । ପଞ୍ଜାବ କିମ୍ବା ଅନ୍ୟ ଅଣ-ବିଜେପି ରାଜ୍ୟଗୁଡିକକୁ କେନ୍ଦ୍ର ସାବତ ପରି ବ୍ୟବହାର କରୁଥିବାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା।

ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂ ଏହି ମାମଲାରେ ସମସ୍ତ ବିଧାୟକଙ୍କ ସହ ବୈଠକ କରିଥିଲେ । ଯେଉଁଠି କେନ୍ଦ୍ରକୁ ବିରୋଧ କରି ତ୍ରିରଙ୍ଗା ପତାକା ଉଡାଇବାକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖର ।

କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ଲକଡାଉନ୍ ଏବଂ କର୍ଫ୍ୟୁ ଯୋଗୁଁ ରାଜ୍ୟରେ ମାସିକ 3360 କୋଟି ଟଙ୍କା ରାଜସ୍ୱ କ୍ଷତି ହେଉଛି। ଅନୁମାନ କରାଯାଉଛି ଯେ ଲକଡାଉନ୍ ଏବଂ କର୍ଫ୍ୟୁ ଶେଷ ହେବା ବେଳକୁ ପଞ୍ଜାବ ଏହି ଆର୍ଥିକ ବର୍ଷରେ ପ୍ରାୟ 50 ହଜାର କୋଟି ଟଙ୍କା ହରାଇବ। କେନ୍ଦ୍ର ସରକାର ଏଥିପ୍ରତି କୌଣସି ପଦକ୍ଷେପ ନେଇନାହାଁନ୍ତି। ସେପଟେ, ଏହି ତ୍ରିରଙ୍ଗା ଉଡାଇବା କେବଳ ବିରୋଧ ପ୍ରଦର୍ଶନ ନୁହେଁ କୃଷକ ଓ କରୋନା ଭାଇରସ ବିରୋଧରେ ଯୁଦ୍ଧ କରୁଥିବା ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମଧ୍ୟ ସମର୍ଥନ ଜଣାଯିବ ।

ABOUT THE AUTHOR

...view details