ଓଡିଶା

odisha

ETV Bharat / bharat

ସୀମାରେ ବିପଦ ପ୍ରସଙ୍ଗ: ପଞ୍ଜାବ ସର୍ବଦା ଆଗୁଆ ମୁକାବିଲା କରିବାକୁ ପ୍ରସ୍ତୁତ - ପଞ୍ଜାବ

ସୀମାରେ ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ପଞ୍ଜାବ ସର୍ବଦା ଆଗୁଆ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ସୀମାରେ ବିପଦ: ପଞ୍ଜାବ ସର୍ବଦା ଆଗୁଆ ମୁକାବିଲା କରିବାକୁ ପ୍ରସ୍ତୁତ
ସୀମାରେ ବିପଦ: ପଞ୍ଜାବ ସର୍ବଦା ଆଗୁଆ ମୁକାବିଲା କରିବାକୁ ପ୍ରସ୍ତୁତ

By

Published : Aug 15, 2020, 10:17 PM IST

ମୋହାଲି: ସୀମାରେ ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ପଞ୍ଜାବ ସର୍ବଦା ଆଗୁଆ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ପ୍ରକାଶ କରିଛନ୍ତି ।

କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ, ସୀମାରେ ଶତ୍ରୁ ବିରୁଦ୍ଧରେ ଲଢିବାକୁ ପଞ୍ଜାବ ସର୍ବଦା ଆଗରେ ରହିବ। ସୀମାରେ କୌଣସି ଉତ୍ତେଜନା ପ୍ରକାଶ ପାଇଲେ ଭାରତକୁ ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସେ ଉଲ୍ଲେଖ କରିଛନ୍ତି ।

ସେ ପୁଣି ମଧ୍ୟ କହିଛନ୍ତି ଯେ, ‘ପାକିସ୍ତାନ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଅନ୍ୟପକ୍ଷରେ ଚୀନ ବନ୍ଧୁତା ବିଷୟରେ କଥାବାର୍ତ୍ତା କରୁଛି କିନ୍ତୁ ସେ ଆମ ପାଇଁ ବିପଦ ହୋଇ ରହିଛି । ଚୀନ ସୈନ୍ୟଙ୍କ ଦ୍ବାରା ଭାରତୀୟ ଯବାନମାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ମଧ୍ୟ ଭାରତ ଉଚିତ ଜବାବ ଦେଇଛି ।

ସ୍ୱାଧୀନତା ସଂଗ୍ରାମରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଅବଦାନକୁ ମନେ ପକାଇ ସିଏମ୍ ସିଂ କହିଛନ୍ତି ଯେ ପ୍ରତ୍ୟେକ ଯୁଦ୍ଧରେ ପଞ୍ଜାବୀମାନେ ସର୍ବଦା ଆଗରେ ରହିଆସିଛନ୍ତି । ଏପରିକି କଳାପାଣି (ଆଣ୍ଡାମାନ ଦ୍ୱୀପପୁଞ୍ଜ)ରେ ଥିବା ସେଲୁଲାର୍ ଜେଲରେ ଦଶହଜାର ପଞ୍ଜାବୀଙ୍କ ନାମ ରହିଛି । ଯାହା ଦ୍ବାରା ସେମାନଙ୍କ ଅମରତ୍ବ ଲିପିବଦ୍ଧ ହୋଇଛି।

ପଞ୍ଜାବର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କ୍ୟାପଟେନ ଅମରିନ୍ଦର ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଯାହା ଦ୍ବାରା ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସମସ୍ତ ସୁବିଧା ସେମାନଙ୍କ ପରବର୍ତ୍ତୀ ପିଢୀଙ୍କ ନିକଟରେ ପହଞ୍ଚାଇବ। ଏହା ସହିତ ସେ କୋରୋନା ସହ ସମ୍ମୁଖ ଯୁଦ୍ଧରେ ନିରନ୍ତର ସଂଗ୍ରାମ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅଭିବାଦନ ଜଣାଇଛନ୍ତି।

ଅନ୍ୟପକ୍ଷରେ ପଞ୍ଜାବ ସିଏମ ମଧ୍ୟ କୃଷକମାନଙ୍କ ଦ୍ୱାରା କରାଯାଇଥିବା ମହତ୍ କାର୍ଯ୍ୟକୁ ସ୍ୱୀକାର କରିଛନ୍ତି । ମହାମାରୀ ସମୟରେ ଯେଉଁମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି ଓ ସେବା ଯୋଗାଉଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

@ANI

ABOUT THE AUTHOR

...view details