ଓଡିଶା

odisha

ETV Bharat / bharat

ଜନ୍ତରମନ୍ତରରେ କ୍ୟାପଟେନ ଅମରିନ୍ଦର, କେନ୍ଦ୍ର ବିରୋଧରେ ଦେବେ ଧାରଣା - captain amarinder singh

ପଞ୍ଜାବ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୃଷିବିଲ୍ ପରେ ବର୍ତ୍ତମାନ ବିଦ୍ୟୁତକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଜନ୍ତରମନ୍ତରରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି ।

ଜନ୍ତରମନ୍ତରରେ କ୍ୟାପଟେନ ଅମରିନ୍ଦର
ଜନ୍ତରମନ୍ତରରେ କ୍ୟାପଟେନ ଅମରିନ୍ଦର

By

Published : Nov 4, 2020, 1:24 PM IST

ନୂଆଦିଲ୍ଲୀ: ପଞ୍ଜାବ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୃଷିବିଲ୍ ପରେ ବର୍ତ୍ତମାନ ବିଦ୍ୟୁତକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଜନ୍ତରମନ୍ତରରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି । କୃଷି ନିୟମ ବିରୁଦ୍ଧରେ କୃଷକଙ୍କ କ୍ରମାଗତ ବିରୋଧ କାରଣରୁ କେନ୍ଦ୍ର ସରକାର ପଞ୍ଜାବରେ ରେଳ ସେବା ବନ୍ଦ କରି ଦେଇଛନ୍ତି। ପଞ୍ଜାବରେ ରେଳ ସେବା ବନ୍ଦ ହେବା ପରେ ବ୍ଲାକଆଉଟ୍ ହେବାର ଆଶଙ୍କା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ବିରୋଧ କରିବାକୁ ଅମରିନ୍ଦର, କଂଗ୍ରେସ ବିଧାୟକ ତଥା ଅନ୍ୟ ଦଳର ନେତାଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି।

ପ୍ରକାଶଥାଉକି, ପଞ୍ଜାବରେ 3-4 ଘଣ୍ଟା ଯାଏଁ ବିଦ୍ୟୁତ୍ କାଟ୍ କରାଯାଉଛି । ଶିଳ୍ପ ଗୁଡିକରେ ସାମଗ୍ରୀର ଷ୍ଟକ୍ ବୃଦ୍ଧି ପାଇବାରେ ଲାଗିଛି । ପଞ୍ଜାବ ସରକାର ଏହି ସବୁ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦିଲ୍ଲୀରେ ଧାରଣା ଦେଇଛନ୍ତି । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମଧ୍ୟ ଜନ୍ତରମନ୍ତରରେ ପହଞ୍ଚିଛନ୍ତି ।

ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁଁ ରେଳବିଭାଗ 7 ନଭେମ୍ବର ପର୍ଯ୍ୟନ୍ତ ସାମଗ୍ରୀ ଟ୍ରେନର ଚଳାଚଳ ବନ୍ଦ କରି ଦେଇଛି। କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ ଯଦି ପଞ୍ଜାବ ସରକାର ରେଳ ଟ୍ରାକ୍ ଏବଂ ମାଲବାହୀ ଟ୍ରେନର ସୁରକ୍ଷା ନିଶ୍ଚିତ କରନ୍ତି ତେବେ ମାଲବାହୀ ଟ୍ରେନ୍ କାର୍ଯ୍ୟକ୍ଷମ ହେବ। ମାଲବାହୀ ଟ୍ରେନ୍ ବନ୍ଦ ହେତୁ ପଞ୍ଜାବର ତାପଜ ବିଦ୍ୟୁତ୍ ଉତ୍ପାଦନକୁ କୋଇଲା ଯୋଗାଇ ଦିଆଯାଉ ନାହିଁ ଫଳରେ ବିଦ୍ୟୁତ୍ ଉତ୍ପାଦନ ଉପରେ ପ୍ରଭାବ ପକାଉଛି। ପଞ୍ଜାବରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ମଧ୍ୟ ପ୍ରଭାବିତ ହେଉଛି। ପଞ୍ଜାବରୁ ପନିପରିବା ଏବଂ ଶସ୍ୟ ଯୋଗାଣ ମଧ୍ୟ କରାଯାଉନାହିଁ।

କ୍ୟାପଟେନ ଅମରିନ୍ଦର କହିଛନ୍ତି, ‘1909 ମସିହାରେ ଗାନ୍ଧିଜୀ କହିଥିଲେ ଯେ ଭାରତର ଅର୍ଥ ହେଉଛି ଲକ୍ଷ ଲକ୍ଷ କୃଷକ। ଆମର ଉଦ୍ଦେଶ୍ୟ ଥିଲା ରାଷ୍ଟ୍ରପତିଙ୍କୁ ଭେଟିବା । ଏଥିରେ ରାଜ୍ୟପାଳଙ୍କର କୌଣସି ଭୂମିକା ନଥିଲା ’। ସେପଟେ ଦିଲ୍ଲୀରେ ଅମରିନ୍ଦର ସିଂ ଅପରାହ୍ନ 2ଟା 30 ମିନିଟରେ କଂଗ୍ରେସ ବିଧାୟକ ଦଳ (ସିଏଲପି) ବୈଠକ ଡାକିଛନ୍ତି। ଏଥିରେ ଦିଲ୍ଲୀର ପରବର୍ତ୍ତୀ ରଣନୀତି ଉପରେ ବିଚାର କରାଯିବ।

ABOUT THE AUTHOR

...view details