ଓଡିଶା

odisha

ETV Bharat / bharat

କୋରୋନା ସଚେତନତା ପାଇଁ ଏକ ମାସର ଡ୍ରାଇଭ୍ ଆରମ୍ଭ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ - ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ରାଜ୍ୟକୁ କୋରୋନା ମହାମାରୀରୁ ଜିତିବା ପାଇଁ ପଞ୍ଜାବର ଲୋକମାନଙ୍କୁ ସାମାଜିକ ଦୂରତା ଆଦର୍ଶ ମାନିବାକୁ, ହାତ ଧୋଇବା ଏବଂ ମୁହଁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

କୋରୋନା ସଚେତନତା ପାଇଁ ଏକ ମାସର ଡ୍ରାଇଭ୍ ଆରମ୍ଭ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
କୋରୋନା ସଚେତନତା ପାଇଁ ଏକ ମାସର ଡ୍ରାଇଭ୍ ଆରମ୍ଭ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

By

Published : Jun 2, 2020, 3:16 PM IST

ଚଣ୍ଡୀଗଡ଼: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଲୋକଙ୍କୁ ସଚେତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଭିନ୍ନ ପ୍ରୟାସ ଆପଣାଉଛନ୍ତି । ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ COVID-19 ବିରୋଧୀ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟକୁ ଏହି ମହାମାରୀ ବିରୁଦ୍ଧରେ ଜିତିବା ପାଇଁ ପଞ୍ଜାବର ଲୋକମାନଙ୍କୁ ସାମାଜିକ ଦୂରତା ଆଦର୍ଶ ମାନିବାକୁ, ହାତ ଧୋଇବା ଏବଂ ମୁହଁ ମାସ୍କ ପିନ୍ଧିବାକୁ ସେ ଅନୁରୋଧ କରିଥିଲେ । ଆମକୁ ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ପଡିବ ଏବଂ ପଞ୍ଜାବର ଲୋକଙ୍କ ଯତ୍ନ ନେବାକୁ ପଡ଼ିବ । ଏନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ସେ 'ମିଶନ ଫତେହ'ର ଅଂଶ ଭାବରେ ଏକ ମାସର ଡ୍ରାଇଭ୍ ଆରମ୍ଭ କରିଛନ୍ତି ।

ଏହି ଅଭିଯାନ ଆଗଧାଡ଼ି କର୍ମଚାରୀଙ୍କ ବାହାରେ ମିଶନ ଫତେହର ଆଭିମୁଖ୍ୟକୁ ବ୍ୟାପକ କରିବ ପଞ୍ଜାବର ଲୋକଙ୍କୁ COVID-19 ବିରୋଧରେ ଲଢେଇ କରିବାକୁ ଲୋକମାନଙ୍କ ଦ୍ବାରା ତଥା ଲୋକମାନଙ୍କ ପାଇଁ ଯୁଦ୍ଧରେ ପରିଣତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଏହା ପଞ୍ଜାବୀ ଆତ୍ମାର ପ୍ରକୃତ ପ୍ରତିଫଳନ, ଯାହା ବିଜୟୀ ହେବା ପାଇଁ ସମସ୍ତ ଅସୁବିଧାକୁ ଦୂର କରିପାରିବ। ଏହି ଅଭିଯାନର ଏକ ଅଂଶ ଭାବରେ କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ସୂଚନା ତଥା ଜନସମ୍ପର୍କ ବିଭାଗ ତଥା ବିଭିନ୍ନ ଏନଜିଓ, ବଦାନ୍ୟ ଅନୁଷ୍ଠାନ ଏବଂ ସାମାଜିକ ସଂଗଠନ ଦ୍ୱାରା ମିଳିତ ଭାବରେ ପରିଚାଳିତ ହେବ ।

ରାଜ୍ୟର ସମସ୍ତ ସରକାରୀ ବିଭାଗ ଏକତ୍ରିତ ହୋଇ ରାଜ୍ୟରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରି ଲୋକଙ୍କୁ ଆଗକୁ ବଢାଇ ପାରିବେ ଏବଂ 'ମିଶନ ଫତେହ'କୁ ସଫଳ କରିବେ। ଏହା ସହ ସ୍ଥାନୀୟ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ, COVA ଆପ୍ ବ୍ୟବହାର କରି ଜୀବାଣୁ ରୋଗୀଙ୍କୁ ଟ୍ରାକ୍ କରିବା ଏବଂ ସେମାନଙ୍କଠାରୁ ନିରାପଦ ଦୂରତା ରକ୍ଷା କରିବା ପାଇଁ ସମସ୍ତେ ସଜାଗ ରହିଛନ୍ତି ।

@ ANI

ABOUT THE AUTHOR

...view details