ଓଡିଶା

odisha

ETV Bharat / bharat

ସିଏଏ ପ୍ରତ୍ୟାହାର ପାଇଁ ପଞ୍ଜାବ ବିଧାନସଭାରେ ସଂକଳ୍ପ ପାରିତ - ସିଏଏ ପ୍ରତ୍ୟାହାର ପାଇଁ ପଞ୍ଜାବ ବିଧାନସଭାରେ ସଂକଳ୍ପ ପାରିତ

ପଞ୍ଜାବ ସରକାର ସିଏଏ ପ୍ରତ୍ୟାହାର ପାଇଁ ବିଧାନସଭାରେ ଏକ ସଂକଳ୍ପ ପାରିତ କରିଛନ୍ତି । ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ମନ୍ତ୍ରୀ ବ୍ରାହମ ମହିନ୍ଦ୍ରା ସିଏଏ ପ୍ରତ୍ୟାହାର ପାଇଁ ଏହି ସଂକଳ୍ପ ପତ୍ର ଆଗତ କରିଥିଲେ ।

citizenship-amendment-act
ନାଗରିକତା ସଂଶୋଧନ ଆଇନ୍‌

By

Published : Jan 17, 2020, 6:29 PM IST

ଚଣ୍ଡିଗଡ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ପ୍ରତ୍ୟାହାର ଦାବିରେ କେରଳ ପରେ ପଞ୍ଜାବ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି । ଦେଶର ଦ୍ବିତୀୟ ରାଜ୍ୟ ଭାବେ ପଞ୍ଜାବ ସରକାର ସିଏଏ ପ୍ରତ୍ୟାହାର ପାଇଁ ଗୃହରେ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରିଛନ୍ତି।

ଦୁଇ ଦିବସୀୟ ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ମନ୍ତ୍ରୀ ବ୍ରାହମ ମହିନ୍ଦ୍ରା ସିଏଏ ପ୍ରତ୍ୟାହାର ପାଇଁ ଏକ ସଂକଳ୍ପ ପତ୍ର ଆଗତ କରିଥିଲେ । ଏହି ପ୍ରସ୍ତାବକୁ ପଢି ସେ କହିଛନ୍ତି, ସଂସଦରେ ପାରିତ ସିଏଏକୁ ନେଇ ଦେଶବ୍ୟାପି ପ୍ରଦର୍ଶନ ହୋଇଛି । ଏହି ଆଇନ୍‌ ଦ୍ବାରା ଲୋକଙ୍କ ମନରେ ଆକ୍ରୋଶ ଏବଂ ସାମାଜିକ ଅଶାନ୍ତି ସୃଷ୍ଟି ହୋଇଛି । ଏହି ଆଇନ୍‌ ବିରୋଧରେ ପଞ୍ଜାବରେ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି । ହେଲେ ଏହା ଶାନ୍ତିପୂର୍ଣ୍ଣ ଭାବରେ ହୋଇଛି ଏବଂ ଏଥିରେ ସବୁ ବର୍ଗର ଲୋକ ଯୋଗ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ପ୍ରସ୍ତାବ ପଢି ଏହି ଆଇନ୍‌ରେ ମୁସଲମାନ ସମ୍ପ୍ରଦାୟକୁ ମଧ୍ୟ ସାମିଲ କରିବାକୁ ଦାବି କରିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ପଞ୍ଜାବରେ ସିଏଏ ଲାଗୁ ହେବାକୁ ଦେବେ ନାହିଁ ବୋଲି ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସ୍ପଷ୍ଟ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି (ଶୁକ୍ରବାର) ରାଜ୍ୟ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ମଧ୍ୟ ପାରିତ କରିଛନ୍ତି ସରକାର । ଏହା ପୂର୍ବରୁ କେରଳ ସରକାର ମଧ୍ୟ ସିଏଏ ପ୍ରତ୍ୟାହାର ପାଇଁ ବିଧାନସଭାରେ ସଂକଳ୍ପ ପାରିତ କରିଛନ୍ତି ।

ABOUT THE AUTHOR

...view details