ଓଡିଶା

odisha

By

Published : Sep 4, 2020, 9:55 AM IST

ETV Bharat / bharat

ଏଣିକି ପଞ୍ଜାବରେ କୋଭିଡ ଟେଷ୍ଟ ମାଗଣା

ମାଗଣାରେ ହେବ କୋଭିଡ ପରୀକ୍ଷା । ରାଜ୍ୟରୁ କୋରୋନା ସଂକ୍ରମଣ କମାଇବା ପାଇଁ ପଞ୍ଜାବ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ....

Punjab allows free walk-in Covid-19 testing
ମାଗଣାରେ ହେବ କୋଭିଡ ପରୀକ୍ଷା : ପଞ୍ଜାବ ସରକାର

ଚଣ୍ତିଗଡ: ଏଣିକି ପଞ୍ଜାବରେ ମାଗଣାରେ ହେବ କୋଭିଡ ପରୀକ୍ଷା । ରାଜ୍ୟରେ କୋରୋନା ସଂକ୍ରମଣ କମାଇବା ପାଇଁ ପଞ୍ଜାବ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଘରୋଇ ଡାକ୍ତରଖାନାରେ କୋରୋନା ପରୀକ୍ଷା କଲେ ମାତ୍ର 250 ଟଙ୍କା ଦେବାକୁ ପଡିବ । ଯଦି କୈଣସି ବ୍ୟକ୍ତି କୋରୋନାରେ ସଂକ୍ରମିତ ଅଛନ୍ତି କି ନାହିଁ ସେ ନେଇ ରାପିଡ ଆଣ୍ଟିଜେଣ୍ଟ ଟେଷ୍ଟ କରିପାରିବେ । ଏହା ସହ ଆରଟିପିସିଆର ଟେଷ୍ଟ ମଧ୍ୟ ଉପଲବ୍ଧ ହେବ । ଘରୋଇ ମେଡିକାଲରେ ଫାର୍ମାସିଷ୍ଟ ଓ କେମିଷ୍ଟଙ୍କ ଦ୍ବାରା ରାପିଡ ଆଣ୍ଟିଜେଷ୍ଟଟେଷ୍ଟ କରାଇପାରିବେ ପଞ୍ଜାବବାସୀ । ଏନେଇ ଘରୋଇ ମେଡିକାଲର ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ସ୍ପେଶାଲ ଟ୍ରନିଂ ଓ କିଟ ଯୋଗାଇ ଦେବେ ସରକାର ।

ଯେଇଁ ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ ଥିବ ସେମାନେ ସିଧାସଳଖ ଏହାର ସେବା ପାଇ ପାରିବେ । ରାପିଡ ଆଣ୍ଟିଜେଣ୍ଟ ଟେଷ୍ଟ ମାଧ୍ୟମରେ 30 ମିନିଟ ମଧ୍ୟରେ ଏହାର ରିପୋର୍ଟ ମିଳି ପାରିବ । ଯାହା ଦ୍ବାରା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବ । ଘରୋଇ ମେଡିକାଲ ଗୁଡିକରେ ଯେଉଁ କୋଭିଡ ପରୀକ୍ଷା କରାଯିବ ତାହାର ସମସ୍ତ ତଥ୍ୟ ସରକାରୀ ପୋଟାଲରେ ଉପଲବ୍ଧ ହେବ । ସେହିପରି କୋରୋନା ରୋଗୀଙ୍କ ଏକ ହେଲଫ ଲାଇନ ନମ୍ବର 104 ଜାରି କରାଯାଇଛି । 104 ନମ୍ବରକୁ କଲ କଲେ କୋରୋନା ରୋଗୀଙ୍କ ପାଇଁ ଶର୍ଯ୍ୟା ଉପଲବ୍ଧ ଅଛି କି ନାହିଁ ସେନେଇ ସୂଚନା ମିଳିପାରିବ ।

@ IANS

ABOUT THE AUTHOR

...view details