ଓଡିଶା

odisha

ETV Bharat / bharat

ସନ୍ତାନକୁ ଘରକୁ ଆଣିବାକୁ ଦୁଇ ଚକିଆରେ 1200 କିମି ଯାତ୍ରା କଲେ ଭିନ୍ନକ୍ଷମ ମହିଳା - Pune Woman Rides Two-Wheeler For 18 Hours

ସମସ୍ତଙ୍କ ହାତଗୋଡ ବାନ୍ଧି ଦେଇଛି ଲକଡାଉନ । ବନ୍ଧୁ ପରିଜନଠୁ ଆରମ୍ଭ କରି ନିଜ ସନ୍ତାନ ସମସ୍ତେ ଯେପରି ଦୂରେଇ ଯାଇଛନ୍ତି । ଏହି ଲକଡାଉନରେ ଏମିତି ଜଣେ ମାଆ ଅଛନ୍ତି ଯିଏ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ନିଜ ପୁଅକୁ ଆଣିବାକୁ ଦୁଇ ଚକିଆ ଯାନରେ ଯାତ୍ରା କରିଛନ୍ତି 1200 କିମି । ପଢନ୍ତୁ ଏହି ରିପୋର୍ଟ...

ସନ୍ତାନକୁ ଘରକୁ ଆଣିବାକୁ ଦୁଇ ଚକିଆରେ 1200 କିମି ଯାତ୍ରା କଲେ ଭିନ୍ନକ୍ଷମ ମହିଳା
ସନ୍ତାନକୁ ଘରକୁ ଆଣିବାକୁ ଦୁଇ ଚକିଆରେ 1200 କିମି ଯାତ୍ରା କଲେ ଭିନ୍ନକ୍ଷମ ମହିଳା

By

Published : May 7, 2020, 1:13 PM IST

ମୁମ୍ବାଇ: ଲକଡାଉନରେ ନିଜ ସନ୍ତାନକୁ ଘରକୁ ଆଣିବାକୁ ଜଣେ ଭିନ୍ନକ୍ଷମ ମହିଳା ଯାତ୍ରା କରିଛନ୍ତି 18 ଘଣ୍ଟାର ବାଟ । ତାହାପୁଣି ଦୁଇ ଚକିଆ ଯାନରେ । ମୁମ୍ବାଇର ଏକ ଘରୋଇ ସଂସ୍ଥାର ଜଣେ ଆକାଉଣ୍ଟାଣ୍ଟ, 37 ବର୍ଷିୟ ଭିନ୍ନକ୍ଷମ ମହିଳା ସୋନୁ ଖାନ୍ଦେରା ତାଙ୍କ ସ୍କୁଟରରେ 18 ଘଣ୍ଟା ଧରି ଅମରାବତୀ ଜିଲ୍ଲାର ଏକ ଗାଁରୁ ପୁଅକୁ ଘରକୁ ଆଣିବା ପାଇଁ ଯାଇଥିଲେ।

ମହିଳା ଜଣଙ୍କ କହିଛନ୍ତି ମାର୍ଚ୍ଚ 17 ରେ ସେ ଶାଶୁ ଘରକୁ ଯାଇଥିଲେ । ଆଉ ମାର୍ଚ୍ଚ 22 ରେ ଲକଡାଉନ ହେବା ପରେ ସେ ସେଠାରେ ଫସି ଯାଇଥିଲେ । ଆଉ ପୁଅକୁ ନିଜ ପାଖକୁ ଆଣିବା ପାଇଁ ସେ 18 ଘଣ୍ଟା ସ୍କୁଟରରେ ଯାଇଥିଲେ । ପ୍ରଥମେ ସେ ସନ୍ତାନ ପାଇଁ ଏତେ ଚିନ୍ତିତ ନଥିଲେ । କିନ୍ତୁ ଯେବେ ଲକଡାଉନ ବୃଦ୍ଧି କରାଗଲା, ଏହାପରେ ସେ ନିଜକୁ ଆଉ ଅଟକାଇ ରଖିପାରିଲେ ନାହିଁ ।

ଏନେଇ ମହିଳା ଜଣଙ୍କ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇ ଅନଲାଇନରେ ଟ୍ରାଭେଲ୍ ପାସ୍ ପାଇଁ ଆବେଦନ କରିଥିଲେ । ଏହାସହ ଏକ କାର ମଧ୍ୟ ଭଡାକୁ ନେଇଥିଲେ । କିନ୍ତୁ ଖର୍ଚ୍ଚ ପାଖାପାଖି 8000 ଟଙ୍କା ହେବାରୁ ସେ ପୁଣି ଥରେ ସ୍ବତନ୍ତ୍ର ଅନୁମତି ପାଇଁ ପୋଲିସ କମିଶନରଙ୍ କାର୍ଯ୍ୟାଳୟକୁ ଯାଇଥିଲେ । ଏହା ପରେ ସେ ସ୍ୱତନ୍ତ୍ର ଅନୁମତି ପାଇବା ପାଇଁ ପୋଲିସ କମିଶନରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।

ଏହାପରେ ଯେତେବେଳେ ମହିଳା ଜଣଙ୍କୁ ଏପ୍ରିଲ 24 ରେ 48 ଘଣ୍ଟା ପାଇଁ ଏକ ଟ୍ରାଭେଲ୍ ପାସ୍ ଦିଆଯାଇଥିଲା । ସେ ଆଉ ଡେରି ନକରି ଘରକୁ ଫେରି କିଛି ଖାଦ୍ୟ ଏବଂ ପାଣି ଧରି ଦୁଇ ଚକିଆ ଯାନରେ ବାହାରି ପଡିଥିଲେ । ମହିଳା ଜଣଙ୍କ କହିଛନ୍ତି ସେ ରାତିରେ ହିଁ ଗାଡି ଧରି ବାହାରି ପଡିଥିଲେ । ହେଡ ଲାଇଟରୁ ଆସୁଥିବା ଅନ୍ଧକାର ବ୍ୟତୀତ ଅନ୍ୟ କୌଣସି ଆଲୋକ ନଥିବାରୁ ରାସ୍ତାରେ ଥିବା ପ୍ରତ୍ୟେକ ଚେକପୋଷ୍ଟରେ ତାଙ୍କୁ ଅଟକା ଯାଇ ପଚରା ଉଚରା କରାଯାଉଥିଲା । ଆଉ ଏକ ପେଟ୍ରୋଲ ପମ୍ପରେ ସିସି ଟିଭି କ୍ୟାମେରା ଦେଖି ସେ ସେଠାରେ ବିଶ୍ରାମ ନେବାକୁ ଚିନ୍ତା କରିଥିଲେ । ଆଉ ପାସ ସମୟ ସରିବାରୁ ଘଣ୍ଟାଏ ପୂର୍ବରୁ ପୁଅକୁ ଆଣି ଘରେ ପହଞ୍ଚିଥିଲେ । ଏହାସହ ନିଜ ସ୍ବାସ୍ଥ୍ୟ ମଧ୍ୟ ପରୀକ୍ଷା କରିଥିଲେ ।

For All Latest Updates

TAGGED:

Lockdown

ABOUT THE AUTHOR

...view details