ପୁଣେ: ଗଲୱାନ ଘାଟିରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ପର ଠାରୁ ଦେଶରେ ଚୀନ ବିରୋଧୀରେ ସ୍ବର ଉତ୍ତୋଳନ ତେଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଚୀନ ସାମଗ୍ରୀକୁ ବୟକଟ କରାଯାଉଛି । ପୁନେର ଏକ ଗାଁରେ ମଧ୍ୟ ଚୀନ ସାମଗ୍ରୀ ବର୍ଜନ ନେଇ ଏକ ସଂକଳ୍ପ ପାରିତ ହୋଇଯାଇଛି । ଜୁଲାଇ 1ରୁ ଏଠାରେ ଚାଇନା ସାମଗ୍ରୀ ବ୍ରିକି ଓ କିଣାକିଣି ଉପରେ ପ୍ରତିବନ୍ଧକ ଲଗାଯାଇଛି ।
କୋନ୍ଦଭେ ଧାଭଦେ ଗାଁର ଗ୍ରାମ ପଞ୍ଚାୟତର ସଦସ୍ୟଙ୍କ ଦ୍ବାରା ଏହି ସଂକଳ୍ପ ପାରିତ କରାଯାଇଛି । କୌଣସି ଦୋକାନୀ ଚାଇନା ସାମଗ୍ରୀ ବିକ୍ରି କିମ୍ବା ଗ୍ରାମବାସୀ କିଣାକିଣି କରି ପାରିବେ ନାହିଁ । ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ଗାଁ ସମସ୍ତ ଦୋକାନୀଙ୍କୁ ଅବଗତ କରାଇବେ ।