ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଥିବା ରାଷ୍ଟ୍ରାୟତ୍ତ ସେସନ୍ ଜେନେରାଲ୍ ହସ୍ପିଟାଲ୍ ଏଠାରେ କୋଭିଡ-19 ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରିବା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମିଳିଲା ଅନୁମତି। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ।
ପୁଣେ ହସ୍ପିଟାଲକୁ ପ୍ଲାଜମା ଥେରାପି ନେଇ ଆଇସିଏମଆରର ଅନୁମତି - plasma therapy
ପୁଣେ ହସ୍ପିଟାଲକୁ ପ୍ଲାଜମା ଥେରାପି ନେଇ ଆଇସିଏମଆରର ଅନୁମତି । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ । ଅଧିକ ପଢନ୍ତୁ..
![ପୁଣେ ହସ୍ପିଟାଲକୁ ପ୍ଲାଜମା ଥେରାପି ନେଇ ଆଇସିଏମଆରର ଅନୁମତି Pune hospital gets ICMR nod for blood plasma therapy](https://etvbharatimages.akamaized.net/etvbharat/prod-images/768-512-7047744-15-7047744-1588528084228.jpg)
ଏହାକୁ ଟେକନିକାଲ୍ ଭାବରେ "କନଭାଲେସେଣ୍ଟ୍-ପ୍ଲାଜମା ଥେରାପି" କୁହାଯାଏ। ଏହି ରୋଗର ଚିକିତ୍ସା ପାଇଁ ବ୍ୟକ୍ତିଙ୍କ ଦ୍ବାରା ପ୍ରତିରକ୍ଷା ଶକ୍ତି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ଥେରାପିରେ ଏକ ଅଂଶ ଭାବେ ସୁସ୍ଥ ବ୍ୟକ୍ତିର ଆଣ୍ଟିବଡି ନିଆଯାଇ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ରୋଗ ପ୍ରତିରୋଧକ ପ୍ରଣାଳୀରେ ଦିଆଯିବ। ଯାହା ପାଥୋଜେନ ବିରୁଦ୍ଧରେ ଲଢିବାରେ ସାହାଯ୍ୟ କରିବ । ଏହି ଥେରାପିର ବ୍ୟବାହାର ପାଇଁ ଆମେ ଆଇସିଏମଆର ପକ୍ଷରୁ ଅନୁମତି ପାଇଛୁ ବୋଲି ଅଧିକାରୀଜଣକ କହିଛନ୍ତି।
ଏନେଇ ବର୍ତ୍ତମାନସୁଦ୍ଧା 35 ଦାତାଙ୍କର ଏକ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କୁ ଯୋଗାଯୋଗ କରାଯିବ ବୋଲି ଯୋଗାଯୋଗ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ ବୈଷୟିକ କମିଟିର ସଭାପତି ଡ.ସୁଭାଷ ସାଲୁଙ୍କେ କହିଛନ୍ତି।