ମୁମ୍ବାଇ: କଥାରେ ଅଛି ଗଧର କୌଣସି ଦେଶ ନଥାଏ । ପ୍ରତିଟି ଦେଶରେ ଗଧ ଥିବା ସୁନିଶ୍ଚିତ । ସେମାନେ ଦିନ ତମାମ ଖଟି ପାରନ୍ତି । ସେଥିପାଇଁ ତ ପ୍ରାୟ ଲୋକେ ଗଧ ରଖିବାକୁ ପସନ୍ଦ କରନ୍ତି । ତେବେ ପୁନେରେ ଏପରି ଏକ ଗଧ ଅଛି ଯିଏ ନିଜର ପ୍ରତିଭା ଯୋଗୁଁ ବର୍ତ୍ତମାନ ସୋସିଆଲ ମିଡିଆର ସେନସେସନ ପାଲଟିଛି । ଆଉ ଏହି ଗଧର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭୋକ ଲାଗିଲେ ଗୀତ ଗାଏ ଗଧ, ଶୁଣନ୍ତୁ ଇମଲୀର ଗୀତ - ଗୀତ
ପୁନେରେ ଏକ ଗଧ ଅଛି ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଗଧର ନାଁ ହେଉଛି ‘ଇମଲୀ’ । ଏ କୌଣସି ସାଧାରଣ ଗଧ ନୁହେଁ । ଏହାର ରହିଛି କିଛି ସ୍ବତନ୍ତ୍ର ପ୍ରତିଭା । କାରଣ ଭୋକ ଲାଗିଲେ ଗୀତ ଗାଏ ଏହି ଗଧ ।
ଏହି ଗଧର ବିଶେଷ ଗୁଣ ହେଲା ପ୍ରଥମେ ସେ ଗୀତ ଗାଏ ତାପରେ ଖାଦ୍ୟ ଖାଏ । ଏହି ଗଧର ନାଁ ହେଉଛି ‘ଇମଲୀ’ । ପୁନେର ଏକ ଗୁହାଳରେ ଇମଲୀ ରୁହେ । ଆରଇଏସକ୍ୟୁ (RESQ) ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜେସିକା ରବର୍ଟସ୍ ଇମଲୀକୁ ପାଳୁଛନ୍ତି । ତାଙ୍କର କହିବା କଥା ହେଲା ଦୁଇ ବର୍ଷ ହେବ ଇମଲୀ ତାଙ୍କ ପାଖେ ଅଛି । ଯେତେବେଳେ ଇମଲୀକୁ ଭୋକ ଲାଗେ ସେତେବେଳେ ସେ ଗୀତ ଗାଏ । ତାକୁ ଖାଦ୍ୟ ମିଳିଗଲା ପରେ ସମ୍ପୂର୍ଣ୍ଣ ଚୁପ୍ ହୋଇଯାଏ ।
ସୂଚନା ଥାଉ କି ଇମଲୀ ଦୁନିଆର ପ୍ରଥମ ଗଧ ନୁହେଁ ଯିଏ ଗୀତ ଗାଏ । ଏହା ପୂର୍ବରୁ ଆୟରଲ୍ୟାଣ୍ଡର ଏକ ଗଧର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ତା ନାଁ ଥିଲା ‘ହାରିଏଟ’ । ସେ ମଧ୍ୟ ଇମଲୀ ପରି ଗୀତ ଗାଉଥିଲା ।