ପୁଣେ: ମହାରାଷ୍ଟ୍ର ପୁଣେର ଲୋକପ୍ରିୟ ଡାକ୍ତର (ସ୍ତ୍ରୀ ଓ ପ୍ରସୂତି ବିଭାଗ) ଅରୁଣ ଗଦ୍ରେଙ୍କ ସହ ଦୁର୍ବ୍ୟବହାର । ଦିଲ୍ଲୀର କନଟ ପ୍ଲେସରେ କିଛି ଯୁବଗୋଷ୍ଠୀ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ତାଙ୍କୁ ଜୋର ଜବରଦସ୍ତ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଡାକ୍ତର ଗଦ୍ରେ ସନ୍ଧ୍ୟାରେ ବୁଲିବାକୁ ବାହାରିବା ସମୟରେ ଏଭଳି କାଣ୍ଡ ଘଟିଛି । ସେ ଦିଲ୍ଲୀର ଜନ୍ତର ମନ୍ତର ନିକଟସ୍ଥ ୱାଇଏସସିଏର ହଷ୍ଟେଲରେ ରହୁଥିଲେ ।
ଡାକ୍ତରଙ୍କୁ ଜୋର ଜବରଦସ୍ତ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କଲେ ଦୁର୍ବୃତ୍ତ
ଦିଲ୍ଲୀର କନଟ ପ୍ଲେସରେ ଯୁବଗୋଷ୍ଠୀ ପୁଣେର ପ୍ରସିଦ୍ଧ ଡାକ୍ତର (ସ୍ତ୍ରୀ ଓ ପ୍ରସୂତି ବିଭାଗ) ଅରୁଣ ଗଦ୍ରେଙ୍କୁ ଜବରଦସ୍ତ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ସୂଚନା ମୁତାବାକ ଡାକ୍ତର ବାବୁ ଯାଉଥିବା ସମୟରେ ହନୁମାନ ମନ୍ଦିର ସାମନାରେ 5ରୁ 6 ଯୁବକ ଆସି ତାଙ୍କର ଧର୍ମ ପଚାରିବାକୁ ଲାଗିଲେ । ଆଉ ତାପରେ ତାଙ୍କୁ ଜୋର ଜବରଦସ୍ତ ଜୟ ଶ୍ରୀରାମ କହିବାକୁ କହିଥିଲେ । ଏନେଇ ଗଦ୍ରେ ପ୍ରେସ କ୍ଲବ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ବରିଷ୍ଠ ସାମ୍ବାଦିକ ଅନନ୍ତ ବାଗାଇତକରଙ୍କୁ ସୂଚନା ଦେଇଥିଲେ ।
ସୂଚନା ଥାଉକି ଗତ କିଛିଦିନ ମଧ୍ୟରେ ଏପରି ଘଟଣା ବାରମ୍ବାର ଘଟୁଛି । ହରିୟାଣାର ଗୁରୁଗ୍ରାମରେ ମଧ୍ୟ ଜଣେ ମୁସଲିମ ଯୁବକକୁ କିଛି ଯୁବଗୋଷ୍ଠୀ ଜୋର ଜବରଦସ୍ତ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରି ନିର୍ଯ୍ୟାତନା ଦେଇଥିଲେ ।