ଓଡିଶା

odisha

ETV Bharat / bharat

ପୁଲୱାମାରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିପାତ - Pulwama encounter

ଜମ୍ମୁ ଓ କାଶ୍ମୀରରେ ଥମୁନାହିଁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ବାରମ୍ବାର ଘାଟିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଖବର ସାମ୍ନାକୁ ଆସୁଛି । ଆଜି ପୁଣି ଜମ୍ମୁ-କାଶ୍ମୀର ପୁଲୱାମାର ଦଦୁରାରେ ଏନକାଉଣ୍ଟର ହୋଇଛି । ଦୁଇ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି ।

ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ; 2 ଆତଙ୍କବାଦୀ ନିପାତ
ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ; 2 ଆତଙ୍କବାଦୀ ନିପାତ

By

Published : Oct 10, 2020, 5:09 PM IST

Updated : Oct 10, 2020, 5:24 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଥମୁନାହିଁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ବାରମ୍ବାର ଘାଟିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଖବର ସାମ୍ନାକୁ ଆସୁଛି । ଆଜି ପୁଣି ଜମ୍ମୁ-କାଶ୍ମୀର ପୁଲୱାମାର ଦଦୁରାରେ ଏନକାଉଣ୍ଟର ହୋଇଛି । ଯେଉଁଥିରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି ।

ପୁଲୱାମାରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀର ପୁଲୱାମାର ଦଦୁରାରେ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ପୋଲିସ, ସେନା ଓ ସିଆରପିଏଫ୍ର ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦିନକ ପୂର୍ବରୁ କୁଲଗାମରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଏବେ ସୁଦ୍ଧା ଗୁଳିବିନିମୟ ଜାରି ରହିଛି ।

Last Updated : Oct 10, 2020, 5:24 PM IST

For All Latest Updates

ABOUT THE AUTHOR

...view details