ଓଡିଶା

odisha

ETV Bharat / bharat

ଗୋଟେ ମେସେଜ ବଞ୍ଚାଇ ଦେଲା ଜୀବନ !

ପୁଲଓ୍ବାମା ଆକ୍ରମଣରେ ସେହି ଭାରତୀୟ ସିଆରପିଏଫ୍ ଯବାନ ସେହିଦିନ ବଞ୍ଚିଗଲେ ସତ, ମାତ୍ର ସାଥୀମାନଙ୍କ ସହ ଘଟିଥିବା ଅଘଟଣ ତାଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି। ଏପରି ଘଟଣାର ଶୀକାର ହୋଇଛନ୍ତି ଭାରତୀୟ ସିଆରପିଏଫ୍ ଯବାନ ଥାକା ବେଲକର।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

By

Published : Feb 21, 2019, 1:52 PM IST

ଶ୍ରୀନଗର: ଭାଗ୍ୟବଳ ମଜଭୁତ ଥିଲେ, ମଣିଷ ସିଂହ ମୁହଁରୁ ବଞ୍ଚିବା କଥା ସମସ୍ତେ ଶୁଣିଥିବେ। ତେବେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁଲଓ୍ବାମା ଆକ୍ରମଣ ଘଟଣାରେ। ସେହି ଭାରତୀୟ ସିଆରପିଏଫ୍ ଯବାନ ସେହିଦିନ ବଞ୍ଚିଗଲେ ସତ, ମାତ୍ର ସାଥୀମାନଙ୍କ ସହ ଘଟିଥିବା ଅଘଟଣ ତାଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି। ଏପରି ଘଟଣାର ଶୀକାର ହୋଇଛନ୍ତି ଭାରତୀୟ ସିଆରପିଏଫ୍ ଯବାନ ଥାକା ବେଲକର।

ମହାରାଷ୍ଟ୍ର୍ରର ଅହମ୍ମଦନଗରରେ ଜନ୍ମିତ ଥାକା ବେଲକର 24 ଫେବୃଆରୀରେ ତାଙ୍କର ବାହାଘର ପାଇଁ ଛୁଟି ଆବେଦନ କରିଥିଲେ। କିନ୍ତୁ 13 ଫେବୃଆରୀ ଯାଏଁ ତାଙ୍କର ଛୁଟି ମଞ୍ଜୁର ହୋଇ ନଥିଲା। ତେଣୁ ସେ 14 ଫେବୃଆରୀ ଦିନ ସେ ନିଜର ସିଆରପିଏଫ୍ ସାଥୀଙ୍କ ସାଙ୍ଗରେ ଜାମ୍ମୁ ବେସ୍ କ୍ୟାମ୍ପରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରିଥିଲେ।

ମାତ୍ର ସେହି ସମୟରେ ହିଁ ତାଙ୍କର ମୋବାଇଲ୍ ଫୋନରେ ଏକ ମେସେଜ ଆସିଥିଲା । ସେହି ମେସେଜରେ ତାଙ୍କର ଛୁଟିକୁ ମଞ୍ଜୁର ହୋଇଯାଇଥିବା ସୂଚନା ମିଳିଥିଲା। ଫଳରେ ସେ ସେହି ବସରୁ ଓହ୍ଲାଇ ନିଜ ଗାଁ ଅଭିମୁଖେ ଯାତ୍ରା କରିଥିଲେ।କିନ୍ତୁ ତାଙ୍କୁ କ'ଣ ଜଣାଥିଲା ତାଙ୍କର ସାଥୀ ଯବାନଙ୍କ ସହ ସେଦିନ ଶେଷ ଦେଖା ବୋଲି ।

ସେ ନିଜ ଗାଁକୁ ଯାତ୍ରା କରୁଥିବା ସମୟରେ ଖବର ମିଳିଲା ସେ ଯେଉଁ ବସରେ ସାଙ୍ଗମାନଙ୍କୁ ଛାଡି ଆସିଥିଲେ ସେହି ବସଟି ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣର ଶୀକାର ହୋଇଯାଇଛି। ତାଙ୍କର 40ଜଣ ବନ୍ଧୁ ଶହୀଦ ହୋଇ ଯାଇଛନ୍ତି। ବେଲକର ସେହି ବସରେ ଯାତ୍ରା କରିବାର ଥିଲା ।

କିନ୍ତୁ ଶେଷ ମୂହୁର୍ତ୍ତରେ ହିଁ ଗୋଟିଏ ମେସେଜ ତାଙ୍କୁ ଜୀବନଦାନ ଦେଇଛି । ସେ ମୃତ୍ୟକୁ ପଛରେ ଛାଡି ଦେଇଥିଲେ ସତ କିନ୍ତୁ ସାଥୀମାନଙ୍କର ଶହୀଦ ଖବର ତାଙ୍କୁ ଆଜି ନିସ୍ତବ୍ଧ କରି ଦେଇଛି।

ଏବେ ନା ତାଙ୍କ ମନରେ ବାହାଘରର ଖୁସି ଓ ଉତ୍ସାହ ଦେଖିବାକୁ ମିଳୁଛି, ନା ପୁଅ ଘରକୁ ଫେରିଆସିବାର ଖୁସି ପରିବାରବର୍ଗଙ୍କ ଠାରେ ଦେଖା ଯାଉଛି । ଖାଲି ନଜରରେ ଖେଳି ଯାଉଛି 40ସାଥୀଙ୍କ ଶହୀଦ ଖବର।

For All Latest Updates

ABOUT THE AUTHOR

...view details