ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତି ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଶୁକ୍ରବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ଏହି ଦୁଇ ଯୁବକ ସପିଂ ସାଇଟ ଆମାଜନରୁ ଆଇଡି ପ୍ରସ୍ତୁତ ଉପକରଣ କିଣି ଥିଲେ । ଯାହା ପରବର୍ତ୍ତୀ ସମୟରେ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ।
ଏନଆଇଏ ମୁଖପାତ୍ର କହିଛନ୍ତି ଯେ, ଏହା ଶ୍ରୀନଗରର ବାସିନ୍ଦା ୱାଇଜ ଉଲ ଇସଲାମ(19) ଏବଂ ପୁଲୱାମା ଜିଲ୍ଲାର ହାକିରପୋରା ଅଞ୍ଚଳର 32 ବର୍ଷୀୟ ମହମ୍ମଦ ଅବ୍ବାସଙ୍କୁ ଗିରଫ କରାଯାଇଛି । ଏହି ଦୁଇଜଣଙ୍କୁ ମିଶାଇ ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ପାଞ୍ଚରେ ପହଞ୍ଚିଛି । ତିନି ଦିନ ପୂର୍ବେ ପୁଲୱାମା ଆତଙ୍କବାଦୀ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବାରୁ ଏନଆଇଏ ହାକିରପୋରାରୁ ବାପ-ଝିଆଙ୍କୁ ଗିରଫ କରିଥିଲା ।
ଏନଆଇଏ ମୁଖପାତ୍ର କହିଛନ୍ତି ଯେ ପ୍ରାରମ୍ଭିକ ପଚରାଉଚରା ବେଳେ ଇସଲାମ ପ୍ରକାଶ କରିଛନ୍ତି ଯେ ସେ ତାର ଆମାଜନ ଅନଲାଇନ ସପିଂ ଆକାଉଣ୍ଟକୁ IED ତିଆରି କରିବା ପାଇଁ ରାସାୟନିକ ପଦାର୍ଥ କିଣିବା ସହିତ ପାକିସ୍ତାନୀ ଜୈଶ-ଏ-ମହମ୍ମଦ (ଜେଏମ) ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ବ୍ୟାଟେରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରିଥିଲେ । ମୁଖପାତ୍ର ଆହୁରି କହିଛନ୍ତି ଯେ ରାସାୟନିକ ସାମଗ୍ରୀ କିଣିବା ପରେ ଏମାନେ ଜେଏମ ଆତଙ୍କବାଦୀଙ୍କ ନିକଟକୁ ଏହି ସାମଗ୍ରୀ ପଠାଇଥିଲେ ।
ଏହାସହ ଜେଏମ ଜଣେ ପୁରୁଖା ଓଭର ଗ୍ରାଉଣ୍ଡ କର୍ମଚାରୀ ପ୍ରକାଶ କରିଛନ୍ତି ଯେ, ସେ ଏପ୍ରିଲ-ମେ 2018 ରେ କାଶ୍ମୀର ଆସିବା ପରେ ଜୈଶ ଆତଙ୍କବାଦୀ ତଥା ଆଇଏଡି ଏକ୍ସପର୍ଟ ମହମ୍ମଦ ଉମରଙ୍କୁ ତାଙ୍କ ଘରେ ଆଶ୍ରୟ ଦେଇଥିଲେ ।