ଓଡିଶା

odisha

ETV Bharat / bharat

ମା’ଙ୍କ ଦରବାରରେ ଚାଲିଛି ଅଯୋଧ୍ୟା ମାମଲାର ଶୁଣାଣି ! - ମାଆଙ୍କ ଦରବାରରେ ଚାଲିବ ଅଯୋଧ୍ୟା ଶୁଣାଣି

ପ୍ରୟାଗରାଜର ଏକ ଦୁର୍ଗା ପୂଜା ମଣ୍ଡପକୁ ଦିଆଯାଇଛି ସୁପ୍ରିମ କୋର୍ଟର ରୂପ । ରାମ ମନ୍ଦିର ମାମଲାର ଶିଘ୍ର ଶୁଣାଣି କରିବାକୁ ମା’ଙ୍କ ଶରଣରେ ଭକ୍ତ ।

ମାଆଙ୍କ ଦରବାରରେ ଚାଲିବ ଅଯୋଧ୍ୟା ଶୁଣାଣି !

By

Published : Oct 5, 2019, 7:49 PM IST

ପ୍ରୟାଗରାଜ: ବର୍ତ୍ତମାନ ଅଯୋଧ୍ୟା ମାମଲା ଉପରେ ରହିଛି ସାରା ଦେଶର ନଜର । ସୁପ୍ରିମ କୋର୍ଟରେ ଚାଲିଛି ଶୁଣାଣି । ଅକ୍ଟୋବର 17 ସୁଦ୍ଧା ଉଭୟ ପକ୍ଷକୁ ଜବାବ ରଖିବାକୁ ତଥା ଶୁଣାଣି ଶେଷ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାମ ମନ୍ଦିର ନିର୍ମାଣ ଲାଗି ସାରା ଦେଶରେ ରାମଭକ୍ତଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି । ଏହି ଅବସରରେ ଉତ୍ତରପ୍ରଦେଶରେ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

ମାଆଙ୍କ ଦରବାରରେ ଚାଲିବ ଅଯୋଧ୍ୟା ଶୁଣାଣି !

ପ୍ରୟାଗରାଜର ଏକ ଦୁର୍ଗା ପୂଜା ମଣ୍ଡପକୁ ଦିଆଯାଇଛି ସୁପ୍ରିମ କୋର୍ଟର ରୂପ । ରାମ ମନ୍ଦିର ମାମଲାର ଶିଘ୍ର ଶୁଣାଣି କରିବାକୁ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ । ଏଥିପାଇଁ ମାଆଙ୍କ ଦରବାରରେ ବସାଯାଇଛି ସୁପ୍ରିମକୋର୍ଟ । ଆଉ ଚାଲିଛି ମାମଲାର ଶୁଣାଣି । ତେବେ ଫରକ ଏତିକି କାଠଗଡାରେ ଛିଡା ହୋଇଛନ୍ତି ମହିଷାସୁର ଓ ଭସ୍ମାସୁର । ମାଆଙ୍କ ଦରବାର ସବୁଠାରୁ ବଡ ଅଦାଲତ । ଏଠାରେ ଗୁହାରି କଲେ ଶିଘ୍ର ଶୁଣାଣି ହେବ ବୋଲି ଆଶା ରଖିଛନ୍ତି ରାମ ଭକ୍ତ ।

ସେଥିପାଇଁ ପ୍ରୟାଗରାଜର ଖୁଲଦାବାଦରେ ଏହି ଦୁର୍ଗା ମଣ୍ଡପ ପକ୍ଷରୁ ଏପରି ପ୍ରସ୍ତୁତି କରାଯାଇଛି । ସମ୍ପୂର୍ଣ୍ଣ ମଣ୍ଡପକୁ ସୁପ୍ରିମକୋର୍ଟର ରୂପ ଦିଆଯାଇଛି । ମାଆ ଦୁର୍ଗା ସାଜିଛନ୍ତି ବିଚାରପତି । ଆଉ 2 ଅସୁର ଅପରାଧୀ ଭାବେ କାଠଗଡାରେ ଛିଡା ହୋଇଛନ୍ତି । ତେବେ ଏହି ମଣ୍ଡପ ତିଆରି କରିବାର ଉଦ୍ଦେଶ୍ୟ ଅଯୋଧ୍ୟା ମାମଲାର ଶିଘ୍ର ଶୁଣାଣି ହେଉ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।

ଏବେ ଏହି ମାମଲା ଅନ୍ତିମ ସ୍ତରରେ ପହଞ୍ଚିଥିବାରୁ ମା’ଙ୍କ ପାଖରେ ମାମଲାର ଶିଘ୍ର ଶୁଣାଣି କରିବା ଲାଗି ଆୟୋଜକ ବିଶେଷ ପୂଜାପାଠ କରିଛନ୍ତି । ଏପରିକି ବିଚାରପତିଙ୍କ ସମେତ ଉଭୟ ପକ୍ଷ ଓକିଲଙ୍କୁ ସଦବୁଦ୍ଧି ଦେବାକୁ ମଧ୍ୟ ପୂଜା କରାଯାଉଛି । ମାଆଙ୍କ ଆଶୀର୍ବାଦରୁ ରାୟ ଆସିବାରେ ଥିବା ସମସ୍ତ ପ୍ରତିବନ୍ଧକ ଦୂର ହୋଇଯିବ ଓ ଖୁବଶିଘ୍ର ରାମ ମନ୍ଦିର ନିର୍ମାଣ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି । ପରିସ୍ଥିତି ଯାହା ଥାଉନା କାହିଁକି ରାମ ମନ୍ଦିର ନିଶ୍ଚିତ ନିର୍ମାଣ ହେବ ବୋଲି ରାମଭକ୍ତ ଆଶା ରଖିଛନ୍ତି । ସେଥିପାଇଁ ସେମାନେ ମାଆଙ୍କ ଦରବାରରେ ସୁପ୍ରିମକୋର୍ଟ ବସାଇ ମା’ଙ୍କ କାମନା ଭିକ୍ଷା କରିଛନ୍ତି ।

ABOUT THE AUTHOR

...view details