ଓଡିଶା

odisha

ETV Bharat / bharat

ପୁଡୁଚେରୀର ପ୍ଲାଷ୍ଟିକ ମୁକ୍ତ ଗାଁ, ଯେଉଁଠି ବ୍ୟବହାର ହୁଏ କପଡା ଓ କାଗଜ ବ୍ୟାଗ୍‌ - ପ୍ଲାଷ୍ଟିକର ବିକଳ୍ପ

ଖୋଜା ଚାଲିଛି ପ୍ଲାଷ୍ଟିକର ବିକଳ୍ପ । କେଉଁ ପନ୍ଥା ଆପଣେଇଲେ ହ୍ରାସ ପାଇବ ପ୍ଲାଷ୍ଟିକର ବହୁଳ ବ୍ୟବହାର । ଆଉ ଏଦିଗରେ ପୁଡୁଚେରୀର ଏକ ଗାଁରେ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ଅଧିକ ପଢନ୍ତୁ...

minimise use of plastic
ପୁଡୁଚେରୀରେ ପ୍ଲାଷ୍ଟିକ ବିକଳ୍ପ

By

Published : Jan 15, 2020, 7:59 AM IST

ପୁଡୁଚେରୀ: ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ । ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବାକୁ ଦେଶବାସୀଙ୍କୁ ଏକ ସ୍ବପ୍ନ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣୁ ସବୁଠି ଖୋଜା ଚାଲିଛି ପ୍ଲାଷ୍ଟିକର ବିକଳ୍ପ । କେଉଁ ପନ୍ଥା ଆପଣେଇଲେ ପ୍ଲାଷ୍ଟିକ ଠାରୁ ଦୂରେଇ ରହି ପାରିବେ ସେନେଇ ପୁଡୁଚେରୀର ଏକ ଗାଁରେ ଦେଖିବାକୁ ମିଳିଛି ସ୍ବତନ୍ତ୍ର ପଦକ୍ଷେପ ।

ପୁଡୁଚେରୀରେ ପ୍ଲାଷ୍ଟିକ ବିକଳ୍ପ

ସ୍ବଚ୍ଛ ପରିବେଶ । ସୁସ୍ଥ ଓ ନିରାମୟ ଜୀବନର ଆଧାର । ଏହାକୁ ମୂଳମନ୍ତ୍ର କରିଛି ପୁଡୁଚେରୀର ପିଲୈୟାରକୁପମ ଗାଁ । ଯେଉଁଠି ସର୍ବନିମ୍ନ ପ୍ଲାଷ୍ଟିକ ବ୍ୟବହାର ନେଇ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ସରକାର ନୁହେଁ, ବରଂ ପିଲୈୟାରକୁପମ ଗ୍ରାମବାସୀ ଏକ ଗ୍ରୁପ କରି ଏହି ଦାୟିତ୍ବ ତୁଲାଇଛନ୍ତି। ଏହା ସହ ଗ୍ରୁପର ସଦସ୍ୟ କପଡା ଓ କାଗଜରୁ ବ୍ୟାଗ ପ୍ରସ୍ତୁତ କରୁଛନ୍ତି । ଯଦ୍ବାରା ହ୍ରାସ ହୋଇପାରିଛି ପ୍ଲାଷ୍ଟକ ବହୁଳର ବ୍ୟବହାର । ଆଉ ଏନେଇ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ।

ଏଥିରୁ ନିର୍ମିତ ହୋଇଥିବା ବ୍ୟାଗକୁ ସ୍ଥାନୀୟ ଦୋକାନ ଓ କିରାଣୀ ଦୋକାନକୁ ଦିଆଯାଏ । ଆଉ ଏପରି କରିବା ଦ୍ବାରା ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଛି । ଅନ୍ୟପଟେ, ଏହି ବ୍ୟାଗ ଲୋକଙ୍କ ନିକଟରେ ବେଶ ଆଦୃତ ହୋଇପାରିଛି ।

ପୁଡୁଚେରୀର ସରକାରୀ ପରିବେଶ ଇଞ୍ଜିନିୟର ସୁରେଶଙ୍କ ଅନୁଯାୟୀ, 2010ରେ ପିଲୈୟାରକୁପମ ଗାଁକୁ ଓ ବର୍ତ୍ତମାନ ପ୍ଲାଷ୍ଟିକ ମୁକ୍ତ ପରିବେଶ ଘୋଷଣା କରାଯାଇଥିଲା । ଏହାପରେ ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକର ସର୍ବନିମ୍ନ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏପରିକି ପ୍ଲାଷ୍ଟିକରୁ ଦୂରେଇ ରହିବାକୁ କପଡା ଓ କାଗଜ ତିଆରି ବ୍ୟାଗର ବହୁଳ ବ୍ୟବହାର କରାଗଲା । ଆଉ ଏନେଇ ମହିଳା ଓ ଯୁବପିଢୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଗଲା । ତେବେ ବର୍ତ୍ତମାନ ଏହି ଗାଁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ହୋଇଛି ।

ପୁଡୁଚେରୀରେ ଯେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ପରିଚିତ ନୁହେଁ, ବରଂ ଏହି ଗ୍ରାମବାସୀ ନିଜ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀ କରିବାକୁ ଅଣ୍ଟା ଭିଡିଛନ୍ତି ।

ABOUT THE AUTHOR

...view details