ଓଡିଶା

odisha

ETV Bharat / bharat

‘ଲକଡାଉନ୍’ ଉଲ୍ଲଂଘନକାରୀଙ୍କୁ ସିଏମଙ୍କ 1 ବର୍ଷ ଜେଲଦଣ୍ଡ ଚେତାବନୀ - coronavirus updates

କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଜାରି କରାଯାଇଥିବା ନିଷେଧାଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ଚେତାବନୀ ଦେଇଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 24, 2020, 8:43 PM IST

ଚେନ୍ନାଇ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ କଡା ପଦକ୍ଷେପ । କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଜାରି କରାଯାଇଥିବା ନିଷେଧାଦେଶକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ଚେତାବନୀ ଦେଇଛନ୍ତି।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅନେକ ଲୋକ ବାହାରକୁ ଆସିବା ସହ ପୋଲିସ ସହ ଯୁକ୍ତିତର୍କ କରୁଛନ୍ତି । ନିୟମ ଅନୁଯାୟୀ ସେମାନଙ୍କୁ ନିଜ ଘର ଭିତରେ ସୀମିତ ରଖିବାକୁ କୁହାଯାଇଛି । ମାତ୍ର ଏହାକୁ ସେମାନେ ଉଲ୍ଲ୍ଂଘନ କରୁଛନ୍ତି ।

କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଲୋକେ ଲକ୍‌ଡାଉନକ ଅମାନ୍ୟ କରୁଛନ୍ତି । ମାର୍ଚ୍ଚ 22 ତାରିଖରେ ଦେଶବ୍ୟାପୀ 'ଜନତା କର୍ଫ୍ୟୁ' ଦିନ ଲୋକମାନେ ଯେଉଁଭଳି ଭାବରେ ନିଜ ଘରେ ରହିଥିଲେ ସେହିଭଳି ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମହାମାରୀ ଅଧିନିୟମ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ ଏକ ବର୍ଷ ଜେଲରେ ରଖାଯାଇପାରିବ ବୋଲି ନାରାୟଣସ୍ବାମୀ ଚେତାବନୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବୁଧବାର ଠାରୁ ଔଷଧ, ଖାଦ୍ୟ ସାମଗ୍ରୀ, ପନିପରିବା / ଫଳ ଦୋକାନ ଏବଂ ଦୁଗ୍ଧ କେନ୍ଦ୍ର ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରହିବ ।

@IANSଇନପୁଟ

ABOUT THE AUTHOR

...view details