ଓଡିଶା

odisha

ETV Bharat / bharat

31 ଅଗଷ୍ଟ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲେ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧ ପାଉଥିବାରୁ କେନ୍ଦ୍ରୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ, ପଣ୍ଡିଚେରୀରେ ଅଗଷ୍ଟ 31 ପର୍ଯ୍ୟନ୍ତ ଲକଡାଉନ ଅବଦ୍ଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ । ଅଧିକ ପଢନ୍ତୁ...

31 ଅଗଷ୍ଟ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲେ ପଣ୍ଡିଚେରୀ ସିଏମ୍
31 ଅଗଷ୍ଟ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲେ ପଣ୍ଡିଚେରୀ ସିଏମ୍

By

Published : Aug 1, 2020, 7:38 PM IST

ପଣ୍ଡିଚେରୀ: କୋରୋନା ଭାଇରସର ସ୍ଥିତିକୁ ଦେଖି ଭାରତରେ ଲକଡାଉନ ବଳବତ୍ତର ରହିଛି । ଏପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧ ପାଉଥିବାରୁ କେନ୍ଦ୍ରୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ, ପଣ୍ଡିଚେରୀରେ ଅଗଷ୍ଟ 31 ପର୍ଯ୍ୟନ୍ତ ଲକଡାଉନ ଅବଦ୍ଧି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ । ତେବେ ଏହି ଲକଡାଉନ ପ୍ରତିବନ୍ଧକରେ କିଛିଟା କୋହଳ କରାଯାଇଛି ବୋଲି କ୍ୟାବିନେଟ ବୈଠକ ଶେଷରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମସ୍ତ ଦୋକାନ ଏବଂ ପ୍ରତିଷ୍ଠାନଗୁଡିକ ପ୍ରତିଦିନ ସକାଳ 6 ଟାରୁ ରାତି 9 ଟା ପର୍ଯ୍ୟନ୍ତ ବ୍ୟବସାୟ କରିବାକୁ ଅନୁମତି ଦିଆଯିବ । ଏହା ସହ ରାତି 9ରୁ ପରଦିନ ସକାଳ 5 ପର୍ଯ୍ୟନ୍ତ କର୍ଫ୍ୟୁକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ କେନ୍ଦ୍ର ସ୍ତରରେ ମୃତ୍ୟୁ ହାର 1.4 ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ 2.5 ପ୍ରତିଶତ ରହିଛି। ସମସ୍ତ ଧାର୍ମିକସ୍ଥଳ କେନ୍ଦ୍ର ଦ୍ୱାରା ବିକଶିତ ନୀତି ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ପାଳନ କରାଯିବ । କୋରୋନା ଆକ୍ରାନ୍ତଙ୍କ ରହିବା ପାଇଁ ଶଯ୍ୟା ସମେତ ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ସରକାରଙ୍କ ନିବେଦନକୁ ଗ୍ରହଣ କରିଥିବାରୁ ନାରାୟଣସ୍ୱାମୀ, ଘରୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, “କେନ୍ଦ୍ରୀୟ ପ୍ରଶାସନିକ JIPMER ର ପରିଚାଳନା, ଆଞ୍ଚଳିକ ସରକାର ଦ୍ୱାରା ସୂଚିତ ରୋଗୀମାନଙ୍କୁ ରହିବା ପାଇଁ ହସ୍ପିଟାଲରେ 150 ଶଯ୍ୟା ଅଧିକ ରଖାଯିବ। ନିର୍ଦ୍ଦେଶାବଳୀଗୁଡିକର ଏକ ଅଂଶ ଭାବରେ, କୌଣସି ରାଜନୈତିକ ଦଳ କିମ୍ବା କୌଣସି ସଂଗଠନକୁ ପ୍ରଦର୍ଶନ, ଧରଣା କିମ୍ବା ଆନ୍ଦୋଳନ କରିବାକୁ ଅନୁମତି ଦିଆଯିବ ନାହିଁ ଏବଂ ଏହି ନିଷେଧାଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ। ଲୋକମାନେ ସାମାଜିକ ଦୂରତା ପାଳନ କରିବା ଉଚିତ ଏବଂ ଯେଉଁମାନେ 60 ରୁ ଉର୍ଦ୍ଧ୍ୱ, ସେମାନଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । କାରଣ ଦେଖାଯାଇଛି ଯେ, 49 ଜଣଙ୍କ ମଧ୍ୟରୁ 70% ଆକ୍ରାନ୍ତ ଷାଠିଏ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୋଲି ନାରାୟଣସ୍ୱାମୀ କହିଛନ୍ତି।

ABOUT THE AUTHOR

...view details