ନୂଆଦିଲ୍ଲୀ: ଏଣିକି ସୋସିଆଲ ମିଡିଆ ଜରିଆରେ ରାଜନୈତିକ ଦଳ ଗୁଡିକ କରୁଥିବା ନିର୍ବାଚନୀ ପ୍ରଚାର ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି । ସୋସିଆଲ ମିଡିଆରେ ପ୍ରଚାର ଯୋଗୁଁ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବାର ଯଦି ଅଭିଯୋଗ ହୁଏ, ତେବେ 3 ଘଣ୍ଟା ମଧ୍ୟରେ ପୋଷ୍ଟ ଗୁଡିକୁ ସୋସିଆଲ ମିଡିଆରୁ ହଟାଇ ଦିଆଯିବ । ଏଥି ସହ ଟ୍ୱିଟର୍, ଫେସବୁକ ସହିତ ଅନ୍ୟ ସୋସିଆଲ ମିଡିଆରେ ମଧ୍ୟ ନିର୍ବାଚନ ଆୟୋଗ କଡା ନଜର ରଖିବ।
ସୋସିଆଲ ମିଡିଆ ଉପରେ ନିର୍ବାଚନ ଆୟୋଗର ନଜର - ନିର୍ବାଚନ ଆୟୋଗ
ଏଥର ସୋସିଆଲ ମିଡିଆ ଜରିଆରେ ନେତାଙ୍କ ଉପରେ ରଖାଯିବ ନଜର। ସୋସିଆଲ ମିଡିଆରେ ପୋଷ୍ଟ କରି ନିର୍ବାଚନ ଆଚରଣ ବିଧି ଉଲଘଂନ କଲେ ସେମାନଙ୍କ ଉପରେ କଡା ନଜର ରଖିବ ନିର୍ବାଚନ ଆୟୋଗ।
![ସୋସିଆଲ ମିଡିଆ ଉପରେ ନିର୍ବାଚନ ଆୟୋଗର ନଜର](https://etvbharatimages.akamaized.net/etvbharat/images/768-512-2836375-295-cde298bf-4775-44f3-8f8a-8dbf4f52b31f.jpg)
ଗତ ବୁଧବାର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା କହିଛନ୍ତି। ଏହି ଅବସରରେ ନିର୍ବାଚନରେ ହେବାକୁ ଥିବା ଖର୍ଚ୍ଚ ଓ ସୋସିଆଲ ମିଡିଆରେ ଚାଲିଥିବା ନିର୍ବାଚନ ପ୍ରଚାରକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ମୋଦିଙ୍କ ବାୟୋପିକ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଆଗକୁ ନିର୍ବାଚନ ଥିବାରୁ ସୋସିଆଲ ମିଡିଆ ନିର୍ବାଚନ ପ୍ରଚାର ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି। ଏହା ଦ୍ବାରା ନେତାମାନେ ଭୋଟରଙ୍କ ନିକଟତର ହୋଇ ପାରୁଛନ୍ତି । ତେଣୁ ଭୋଟରଙ୍କ ମନ ଜିଣିବା ପାଇଁ ସୋସିଆଲ ମିଡିଆ ଦ୍ବାରା ବଡ ବଡ ପ୍ରତିଶୃତି ମଧ୍ୟ ଦେଉଛନ୍ତି । ତେବେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଥିବାରୁ ସୋସିଆଲ ମିଡିଆ ଉପରେ କଡା ନଜର ରଖିଛି ନିର୍ବାଚନ ଆୟୋଗ ।