ଥିରୁବନ୍ତପୁରମ: ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ କେରଳ ସରକାର କେନ୍ଦ୍ର ସରକାରଙ୍କ ସମସ୍ତ ସତର୍କତାମୂଳକ ନିୟମକୁ କାର୍ଯ୍ୟକାରୀ କରିବ କେରଳ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ପିନାରି ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ ବାର୍ତ୍ତାରେ ମହାମାରୀ କୋରୋନାକୁ ନେଇ କହିଛନ୍ତି ।
କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀଙ୍କ ମହାମାରୀ କୋରୋନାକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ଏହାକୁ କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର କୋରୋନାକୁ ମୁକାବିଲା କରିବା ପାଇଁ ପ୍ରତିବଦ୍ଧତା ଦେଖାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି । ମାର୍ଚ୍ଚ 22 ତାରିଖରେ ହେବାକୁ ଥିବା ଜନତା କର୍ଫ୍ୟୁକୁ କେରଳ ସରକାର ମଧ୍ୟ ସମର୍ଥନ କରିବ । ରାଜ୍ୟର ସମସ୍ତ ପରିବହନ ବ୍ୟବସ୍ଥାକୁ ସ୍ଥଗିତ ରଖାଯିବ ବୋଲି କହିଛନ୍ତି ।