ଅହମ୍ମଦାବାଦ: ଚଳିତ ବର୍ଷ ଗରବା ଖେଳିବେ ନାହିଁ ଗୁଜୁରାଟବାସୀ । କୋରୋନା ପାଇଁ ଗରବାରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର । ନବରାତ୍ରୀ ପୂର୍ବରୁ ଗରବା ଉପରେ କଟକଣା ଲଗାଇବା ସହ ପୂଜା ପାଇଁ ଅନ୍ୟାନ୍ୟ ଗାଇଡଲାଇନ ଜାରି କରିଛନ୍ତି ସରକାର ।
ନବରାତ୍ରୀରେ ଗରବା ଖେଳିବେନି ଗୁଜୁରାଟବାସୀ, ଜାରି ହେଲା ଗାଇଡଲାଇନ - Garba not allowed this Navratri
କୋରୋନା ପାଇଁ ଗରବାରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର । ନବରାତ୍ରୀ ପୂର୍ବରୁ ଗରବା ଉପରେ କଟକଣା ଲଗାଇବା ସହ ପୂଜା ପାଇଁ ଅନ୍ୟାନ୍ୟ ଗାଇଡଲାଇନ ଜାରି କରିଛନ୍ତି ସରକାର । ଅଧିକ ପଢନ୍ତୁ...
![ନବରାତ୍ରୀରେ ଗରବା ଖେଳିବେନି ଗୁଜୁରାଟବାସୀ, ଜାରି ହେଲା ଗାଇଡଲାଇନ ନବରାତ୍ରୀରେ ଗରବା ଖେଳିବେନି ଗୁଜୁରାଟବାସୀ](https://etvbharatimages.akamaized.net/etvbharat/prod-images/768-512-9110529-377-9110529-1602233499716.jpg)
ନବରାତ୍ରୀରେ ଗରବା ଖେଳିବେନି ଗୁଜୁରାଟବାସୀ
ଶାରଦୀୟ ନବରାତ୍ରୀ ଅକ୍ଟୋବର 17ରୁ ଆରମ୍ଭ ହେବାକୁ ଯାଉଛି । 16 ତାରିଖରୁ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା କଟକଣା ଲାଗୁ ହେବ । ମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁଥିଲେ ସ୍ଥାନୀୟ ପ୍ରଶାସନ ନିକଟରୁ ଆଗୁଆ ଅନୁମତି ନେବାକୁ ପଡିବ ।
ପୂଜା ସମୟରେ ଆରତୀକୁ ଅନୁମତି ଦିଆଯାଇଛି । ମୂର୍ତ୍ତି ଛୁଇଁବା ଓ ପ୍ରସାଦ ବଣ୍ଟନ ଉପରେ ରୋକ ଲଗାଯାଇଛି । ପୂଜା ପାଇଁ କେବଳ 1 ଘଣ୍ଟାର ସମୟ ଦିଆଯାଇଛି । ସେହିପରି ପୂଜାବେଳେ 200ରୁ ଅଧିକ ଲୋକ ସାମିଲ ହୋଇପାରେ ନାହିଁ ।