ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଗଣେଶ ଚତୁର୍ଥୀ ଓ ମୋହରମ ଶୋଭାଯାତ୍ରାରେ ଲାଗିଲା କଟକଣା - Ganesh Chaturthi

କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଏଥର ଦିଲ୍ଲୀରେ ସାର୍ବଜନୀନ ସ୍ଥାନରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା ଏବଂ ମୋହରମର ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଉତ୍ସବ ଉପରେ ଲାଗିଥିବା ପ୍ରତିବନ୍ଧକ ଉଲ୍ଲଂଘନ କଲେ 50,000 ଟଙ୍କା ଜୋରିମାନା ଘୋଷଣା କରିଛନ୍ତି ଦିଲ୍ଲୀର ପ୍ରଦୂଷଣ ନିୟନ୍ତ୍ରଣ କମିଟି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ଦିଲ୍ଲୀରେ ଗଣେଶ ଚତୁର୍ଥୀ ଓ  ମୋହରମ ଶୋଭାଯାତ୍ରାରେ ଲାଗିଲା କଟକଣା
କୋରୋନା ପ୍ରଭାବ: ଦିଲ୍ଲୀରେ ଗଣେଶ ଚତୁର୍ଥୀ ଓ ମୋହରମ ଶୋଭାଯାତ୍ରାରେ ଲାଗିଲା କଟକଣା

By

Published : Aug 16, 2020, 6:06 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ଦେଶରେ ସମସ୍ତ ପର୍ବ ପର୍ବାଣୀ ଫିକା ପଡିବାରେ ଲାଗିଛି। ଏହା ମଧ୍ୟରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆଗାମୀ ପୂଜା ପାର୍ବଣ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଗଣେଶ ପୂଜା ସମୟରେ ସାର୍ବଜନୀନ ସ୍ଥାନରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା ଏବଂ ମୋହରମର ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଏହା ପୂର୍ବରୁ ଦିଲ୍ଲୀ ସରକାର ଚଳିତ ବର୍ଷ ଗଣେଶ ପୂଜା ଅବସରରେ ସାର୍ବଜନୀନ ସ୍ଥାନରେ ମୂର୍ତ୍ତି ବିସର୍ଜନ, ବଡ ସଂଖ୍ୟାରେ ଏକତ୍ର ହେବା ଏବଂ ସାମୂହିକ ପର୍ବ ପାଳନ ଉପରେ କଟକଣା ଲଗାଇଥିଲେ।

ଗଣେଶ ଚତୁର୍ଥୀ ମହୋତ୍ସବ ସମୟରେ ତମ୍ବୁ / ପାଣ୍ଡାଲ / ସର୍ବସାଧାରଣ ସ୍ଥାନରେ ଭଗବାନ ଗଣେଶଙ୍କର କୌଣସି ପ୍ରତିମା ସ୍ଥାପନ କରାଯିବ ନାହିଁ କିମ୍ବା କୌଣସି ପଦଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ। କୋଭିଡ 19 ମହାମାରୀର ଏହି ସମୟରେ ଲୋକମାନଙ୍କୁ କେବଳ ନିଜ ଘରେ ଉତ୍ସବ ପାଳନ କରିବାକୁ ପରାମର୍ଶ ଦିଆଯିବ ବୋଲି ସରକାରୀ ନିର୍ଦ୍ଦେଶରେ ଦର୍ଶାଯାଇଛି। ଅଗଷ୍ଟ 22 ରେ ଗଣେଶ ଚତୁର୍ଥୀ ପାଳନ କରାଯିବ ଏବଂ ଅଗଷ୍ଟ 30 ରେ ମୋହରମ ପାଳନ ହେବାର ସମ୍ଭାବନା ରହିଛି । ସେହିପରି, ମୋହରମ ପର୍ବ ସମୟରେ ଶୋଭାଯାତ୍ରା ପାଇଁ କୌଣସି ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଡିପିସିସି)ର ଅଧିକାରୀଙ୍କ ଅନୁଯାୟୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୂହିକସ୍ତରରେ ପୂଜା ପର୍ବ ପାଳନ କରିବାକୁ ଅନୁମତି ଦିଆଯାଇ ନାହିଁ। ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲର ୨୦୧୫ର ଆଦେଶ ଅନୁସାରେ ଯମୁନାରେ ମୂର୍ତ୍ତି ବିସର୍ଜନ ଉପରେ କଟକଣା ଲାଗୁ ହୋଇଛି।

ଅଧିକାରୀ କହିଛନ୍ତି ଚଳିତ ବର୍ଷ ସଂକ୍ରମଣର ବିପଦକୁ ଆଖି ଆଗରେ ରଖି ପୂଜା ପାର୍ବଣ ଆୟୋଜିତ ହେବ ନାହିଁ। ପ୍ରକାଶ ଥାଉକି, ସାମାଜିକ ଦୂରତା, ଭିଡ଼ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାବେଳେ ମନ୍ଦିର, ମସଜିଦ, ଶ୍ରଦ୍ଧାଳୁ ଏବଂ ତୀର୍ଥଯାତ୍ରା ସମେତ ଅନେକ ପୂଜା ସ୍ଥାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ଗଣେଶ ଚତୁର୍ଥୀ ଉତ୍ସବ ଉପରେ ଲାଗିଥିବା ପ୍ରତିବନ୍ଧକ ଉଲ୍ଲଂଘନ କଲେ 50,000 ଟଙ୍କା ଜୋରିମାନା ଘୋଷଣା କରିଛନ୍ତି ଦିଲ୍ଲୀର ପ୍ରଦୂଷଣ ନିୟନ୍ତ୍ରଣ କମିଟି ।

ABOUT THE AUTHOR

...view details