ମୁମ୍ବାଇ: ପିଂପରି-ଚିଂଚଓ୍ବାଡାରେ ପବ୍ଜି ଖେଳ ଯୋଗୁଁ ଚାଲିଗଲା 27 ବର୍ଷୀୟ ଯୁବକଙ୍କ ଜୀବନ । ମୃତକ ଜଣକ ହେଲେ ହର୍ଷଲ ମିମାନେ ।
PUBG ଖେଳିବାବେଳେ ଆସିଲା ବ୍ରେନ ଷ୍ଟ୍ରୋକ, ଯୁବକ ମୃତ - ପବ୍ଜି ପୁଣି ଏକ ଜୀବନ
ପବ୍ଜି ଖେଳ ଯୋଗୁଁ ଚାଲିଗଲା ଯୁବକଙ୍କ ଜାବନ । ହର୍ଷଲ ପବ୍ଜି ଖେଳୁ ଖେଳୁ ଆସିଲା ଷ୍ଟ୍ରୋକ୍ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ ।

PUBG ନେଲା
ହର୍ଷଲ ଗେମ୍ ଖେଳୁଥିବା ସମୟରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ ଆସିଥିଲା । ଫଳରେ ସେ ବେହୋସ୍ ହୋଇଯାଇଥିଲେ । ଏହାପରେ ତାଙ୍କର ଘର ଲୋକେ ଡାକ୍ତରଖାନା ନେଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ତେବେ ଡାକ୍ତରଙ୍କ ରିପୋର୍ଟ ଅନୁସାରେ, ହର୍ଷଲ ପବ୍ଜି ଖେଳି ମାନସିକ ଚାପରେ ଥିଲେ । ତେଣୁ ତାଙ୍କର ମୃତ୍ୟୁ ହୋଇଛି ।
ଏପଟେ ଦେହୁରୋଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି ।