ହାଇଦ୍ରାବାଦ:ପ୍ଲେୟାର ଅନନୋନ୍ ବ୍ୟାଟେଲ୍ ଗ୍ରାଉଣ୍ଡ କିମ୍ବା PUBG ହେଉଛି ଏକ ରୟାଲ ଗେମ୍ । ଏହା 2017 ରେ ଲାପଟପ୍ ଓ ଗେମିଙ୍ଗ୍ କନସୋଲ ପାଇଁ ଆରମ୍ଭ କରାଯାଇଥିଲା । ଲଞ୍ଚ ହେବାର କିଛି ଦିନ ପରେ, PUBG ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ହୋଇଗଲା । ଏହି ଖେଳ 100 ଖେଳାଳିଙ୍କୁ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ଅନୁମତି ଦେଇଥାଏ ଓ ଶେଷର ବଞ୍ଚିଥିବା ବ୍ୟକ୍ତି ଚିକେନ୍ ଡିନର୍ ପାଇଥାଏ । ବ୍ରାଣ୍ଡେନ୍ ଗ୍ରୀନ୍ ଏହି ଗେମକୁ ନିର୍ମାଣ କରିଥିଲେ । ସେ ARMA 2 ଓ Day Z: Battle Royale ଭଳି ଲୋକପ୍ରିୟ ଖେଳ ମଧ୍ୟ ସୃଷ୍ଟି କରିଛନ୍ତି । ଗୁଗୁଲ୍ ପ୍ଲେ ଷ୍ଟୋରରେ ସର୍ବାଧିକ ଡାଉନଲୋଡ ହୋଇଥିବା ଗେମ୍ ହେଉଛି PUBG ।
PUBGର ଉଦ୍ଭାବନ-
ପ୍ରଥମେ ଏହାକୁ ଲାପଟପ୍ ବା ପିସି ପାଇଁ ନିର୍ମାଣ କରାଯାଇଥିଲା । କୋରିଆର ଗେମ୍ ନିର୍ମାତା ‘ବ୍ଲୁହ୍ବିଲ୍’ ଏହାକୁ ଡିଜାଇନ୍ କରିଥିଲେ । ପରେ କୋରିଆର ଏହି ଗେମ୍ କମ୍ପାନୀ, ଚାଇନାର କମ୍ପାନୀ ଟେସାଣ୍ଟ ସହ ଭାଗିଦାରୀ କରିଥିଲା ଓ ଚାଇନାର ଏହି କମ୍ପାନୀ PUBG ମୋବାଇଲ୍ ନିର୍ମାଣ କଲା । ଚାଇନାରେ ଏହା ଦ୍ରୁତ ଗତିରେ ବଢିବାକୁ ଲାଗିଲା କିନ୍ତୁ ଚାଇନା ସରକାର ଏହାକୁ ମନିଟର୍ କରିନଥିଲେ ।
ବ୍ୟାଟେଲ୍ ରୟାଲ୍ ଟାଇଟଲ୍ ଗେମ୍ PUBG ମୋବାଇଲ୍ ଚଳିତ 2020ର ପ୍ରଥମାର୍ଦ୍ଧରେ 1.3 ବିଲିୟନ ଡ଼ଲାର୍ (ପ୍ରାୟ 9,731 କୋଟି) ଆୟ କରିଛି । ଏହା ଆଜୀବନ ସଂଗ୍ରହକୁ 3 ବିଲିୟନ ଡ଼ଲାର୍ (ପ୍ରାୟ 22,457 କୋଟି ଟଙ୍କା) ରେ ପହଞ୍ଚାଇଛି । PUBG ମୋବାଇଲ୍ କେବଳ 2020 ରେ 1.3 ବିଲିୟନ ଡଲାରର ଏକ ବିଶ୍ବସ୍ତରୀୟ ସଂଗ୍ରହ କରିଥିବା ବେଳେ ମାର୍ଚ୍ଚ 2020 ରେ PUBG ମୋବାଇଲ୍ ରାଜସ୍ବ ରେକର୍ଡ ସର୍ବାଧିକ 270 ନିୟୁତ ଡଲାରରେ ପହଞ୍ଚିଛି । ବିଶ୍ବରେ ପ୍ରାୟ 734 ବିଲିୟନ ଲୋକ ଗେମ୍ ଡାଉନଲୋଡ୍ କରିଛନ୍ତି ।
ସର୍ବାଧିକ ଡାଉନଲୋଡ୍ କରିଥିବା ଦେଶ-
ଭାରତରେ ସର୍ବାଧିକ PUBG ମୋବାଇଲ୍ ଡାଉନଲୋଡ୍ କରାଯାଇଛି । ପ୍ରାୟ 175 ମିଲିୟନ ଭାରତୀୟ ଏହାକୁ ଡାଉନଲୋଡ୍ କରିଛନ୍ତି । ଡାଉନଲୋଡରେ ଭାରତର ଭାଗିବାଦୀ 24 ପ୍ରତିଶତ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଚାଇନା 16.7 ପ୍ରତିଶତ । ଏହାପରେ ଆମେରିକା 6.4 ପ୍ରତିଶତ । 2019 ମାର୍ଚ୍ଚରେ PUBG ଅହମ୍ମଦାବାଦ, ରାଜକୋଟ, ସୁରାଟ, ଭଦୋଦରା, ଭାବନାନଗରରେ ବ୍ୟାନ ହୋଇସାରିଛି । ଏହାସହ ସ୍ଥାନୀୟ ପୋଲିସ PUBG ଖେଳୁଥିଲେ ଗିରଫ କରୁଥିବାର ବି ନଜିର୍ ରହିଛି ।
PUBG ବ୍ୟାନ କରିଥିବା ଦେଶ-
- ପାକିସ୍ତାନ- ଜୁଲାଇ 2020ରେ ପାକିସ୍ତାନ ଅସ୍ଥାୟୀ ଭାବେ ଏହାକୁ ବ୍ୟାନ କରିଥିଲା । ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି ଦ୍ବାରା ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ପାଇବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ।
- ଇରାକ୍-2019ରେ ଇରାକ୍ PUBG ସମେତ ଫୋର୍ଟନାଇଟ୍, ବ୍ଲୁହ୍ବେଲ୍, ଅନଲାଇନ୍ ଗେମରୁ ବ୍ୟାନ କରିଛି । ଗେମ୍ ଦ୍ବାରା ମାନସିକ ଚାପ ବୃଦ୍ଧି ପାଉଥିବା ବେଳେ ଗେମ୍ ସାମାଜିକ କ୍ଷତି ପହଞ୍ଚାଉଥିବା ଅଭିଯୋଗ ହେଉଛି ।
- ଜୋର୍ଡାନ-ଜୁଲାଇ 2019ରେ ଜୋର୍ଡାନ ସରକାର ଏହି ଗେମକୁ ବ୍ୟାନ କରିଥିଲା । ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା କୁହାଯାଇଥିଲା ।
- ନେପାଳ-ଗେମ୍ ଶିଶୁ ଓ ଯୁବପୀଢିଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗ ହେବା ପରେ ଏପ୍ରିଲ 2019ରେ ଏହାକୁ ବ୍ୟାନ କରିଥିଲେ ନେପାଳ ସରକାର
- ଇଣ୍ଡୋନେସିଆ- ଜୁଲାଇ 2019ରେ ମଧ୍ୟ ଇଣ୍ଡୋନେସିଆ ଏହାକୁ ବ୍ୟାନ କରିଥିଲା ।