ଓଡିଶା

odisha

ETV Bharat / bharat

ଖବର ସରବରାହ ସଂସ୍ଥା ପିଟିଆଇ ବ୍ୟୁରୋ ମୁଖ୍ୟଙ୍କ ରାଞ୍ଚିରେ ଆତ୍ମହତ୍ୟା - ଖବର ସରବରାହ ସଂସ୍ଥା ପିଟିଆଇ

ପିଟିଆଇ ବ୍ୟୁରୋ ମୁଖ୍ୟ ପି.ଭି ରାମାନୁଜମ ରାଞ୍ଚିସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ଖବର ସରବରାହ ସଂସ୍ଥା ପିଟିଆଇ ବ୍ୟୁରୋ ମୁଖ୍ୟଙ୍କ ରାଞ୍ଚିରେ ଆତ୍ମହତ୍ୟା
ଖବର ସରବରାହ ସଂସ୍ଥା ପିଟିଆଇ ବ୍ୟୁରୋ ମୁଖ୍ୟଙ୍କ ରାଞ୍ଚିରେ ଆତ୍ମହତ୍ୟା

By

Published : Aug 13, 2020, 4:37 PM IST

ରାଞ୍ଚି: ଖବର ସରବରାହ ସଂସ୍ଥା ପିଟିଆଇ ବ୍ୟୁରୋ ମୁଖ୍ୟ ପି.ଭି ରାମାନୁଜମ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । ରାମାନୁଜମଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକତା ଜଗତରେ ଶୋକର ଲହରୀ ଖେଳିଯାଇଛି।

ସୂଚନାନୁସାରେ ରାମାନୁଜମ କିଛି ଦିନ ଧରି ମାନସିକ ଚାପରେ ରହିଥିଲେ । ଏହି ମଧ୍ୟରେ ସେ ନିଜ କାର୍ଯ୍ୟାଳୟସ୍ଥିତ ବାସଭବନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ, ରାମାନୁଜଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରିମ୍ସକୁ ପଠାଯାଇଛି । ତାଙ୍କର ଜଣେ ପୁଅ ଭୁବନେଶ୍ବରରେ ଇଞ୍ଜିନିୟରିଂ ପଢୁଛନ୍ତି ବୋଲି ସୂଚନା ଦିଆଯାଇଛି ।

ବୁଟି ମୋଡସ୍ଥିତ ବାସଭବନରେ ବୁଧବାର ବିଳମ୍ବିତ ରାତିରେ ରାମାନୁଜ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହକୁ ରିମ୍ସକୁ ଅଣାଯାଇଥିଲା। ଏଠାରେ ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏହା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ପିଭି ରାମାନୁଜମଙ୍କ ଅକାଳ ବିୟୋଗରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ରାମାନୁଜମ ଜଣେ ଦକ୍ଷ ସାମ୍ବାଦିକ ଥିଲେ। ତାଙ୍କର ସରଳତା ଏବଂ ଆଦର୍ଶ ହେତୁ ତାଙ୍କୁ ଅନ୍ୟ ସାମ୍ବାଦିକମାନଙ୍କ ପାଇଁ ପ୍ରେରଣାଦାତା କୁହାଯାଇପାରେ । ଏହିପରି ବ୍ୟକ୍ତିଙ୍କ ଦେହାନ୍ତ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି। ଏହାସହ ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details