ଓଡିଶା

odisha

ETV Bharat / bharat

ମଜା ପାଇଁ ମର୍ଡର କରୁଥିଲା ସାଇକୋ କିଲର - Psycho killer arrested

ମଜା ପାଇଁ ସାଇକୋ କିଲର କରୁଥିଲା ହତ୍ୟା । ଏକଥା ଯେତିକି ଆଶ୍ଚର୍ଯ୍ୟ ସେତିକି ଲୋମଟାଙ୍କୁରା ମଧ୍ୟ । ଗୁଜୁରାଟର ଅହମ୍ମଦାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି ।

ଫାଇଲ ଫଟୋ

By

Published : Sep 15, 2019, 11:12 PM IST

ଅହମ୍ମଦାବାଦ: ମଜା ପାଇଁ ସାଇକୋ କିଲର କରୁଥିଲା ହତ୍ୟା । ଏକଥା ଯେତିକି ଆଶ୍ଚର୍ଯ୍ୟ ସେତିକି ଲୋମଟାଙ୍କୁରା ମଧ୍ୟ । ଗୁଜୁରାଟର ଅହମ୍ମଦାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି । ରାଜ୍ୟର ଏଟିଏସ ଏହି ହତ୍ୟାକାରୀକୁ ଗିରଫ କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଗିରଫ ଅଭିଯୁକ୍ତ କହିଛି, ସେ ନିଜର ମନୋରଞ୍ଜନ ପାଇଁ ହିଁ ହତ୍ୟା କରୁଥିଲା ।

ଗତ ତିନିମାସରେ ସେ ତିନିଜଣଙ୍କୁ ହତ୍ୟା କରିଛି । ବାହାରେ ବୁଲିବା ସମୟରେ ସେ ଲୋକ ମାନଙ୍କୁ ଟାର୍ଗେଟ କରୁଥିଲା । ତେବେ ଅଭିଯୁକ୍ତ ମନିଷ ମାଲି ରାଜସ୍ଥାନ ଅଧିବାସୀ ବୋଲି ଜଣାପଡିଛି । କେବଳ ହତ୍ୟା ନୁହେଁ ହତ୍ୟା ପରେ ଲୁଟ ମଧ୍ୟ କରୁଥିଲା ଅଭିଯୁକ୍ତ । ଅନ୍ୟପଟେ ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାମରେ ଚୋରି ମାମଲା ରହିଥିବା ଏଟିଏସ ପ୍ରକାଶ କରିଛି ।

ହେଲେ ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି, ଅଭିଯୁକ୍ତ ସୋସିଆଲ ମିଡିଆ ୟୁଟ୍ୟୁବରୁ ହିଁ ହତ୍ୟାର ପ୍ରଶିକ୍ଷଣ ନେଉଥିଲା । ପ୍ରଥମେ ବନ୍ଧୁକ ଚୋରି କରିବା ପରେ ତିନି ତିନୋଟି ହତ୍ୟା କରି ସହରରେ ଚାଞ୍ଚଲ୍ୟ ଖେଳାଇଥିଲା ଏହି ସାଇକୋ କିଲର । ତିନି ମୃତକଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ମାରିବା ସହ ନିଜର ପରିଚୟ ବାରମ୍ବାର ଲୁଚାଇ ରଖୁଥିଲା ହତ୍ୟାକାରୀ ।

ABOUT THE AUTHOR

...view details