ଓଡିଶା

odisha

ETV Bharat / bharat

ଗୁରୁଗ୍ରାମ ଜଜଙ୍କ ପତ୍ନୀ ଓ ପୁଅ ହତ୍ୟା ମାମଲା: ଦୋଷୀ ମହିପାଲକୁ ଫାଶୀ - ଗୁରୁଗ୍ରାମ ଖବର

ଜଜ କ୍ରିଷ୍ଣାକାନ୍ତ ଶର୍ମାଙ୍କ ପତ୍ନୀ ଓ ପୁଅ ହତ୍ୟା ମାମଲାରେ ଦୋଷୀ ମହିପାଲକୁ ଫାଶୀ ଦଣ୍ଡାଦେଶ ମିଳିଛି । ଅଧିକ ପଢନ୍ତୁ...

PSO sentenced to death for killing Gurugram judge’s wife and son
ଗୁରୁଗ୍ରାମ ଜଜଙ୍କ ପତ୍ନୀ ଓ ପୁଅ ହତ୍ୟା ମାମଲା: ଅଭିଯୁକ୍ତ ମହିପାଲକୁ ଫାଶୀ

By

Published : Feb 7, 2020, 8:26 PM IST


ଚଣ୍ଡୀଗଡ: ଜଜ କ୍ରିଷ୍ଣାକାନ୍ତ ଶର୍ମାଙ୍କ ପତ୍ନୀ ଓ ପୁଅ ହତ୍ୟା ମାମଲାରେ ଦୋଷୀ ମହିପାଲକୁ ଫାଶୀ ଦଣ୍ଡାଦେଶ ହୋଇଛି । ଶୁକ୍ରବାର ମାମଲାର ଶୁଣାଣୀ କରି ପଞ୍ଜାବ ଓ ହରିଆଣା ହାଇକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ଏହି ମାମଲାକୁ ବିଚାର କରି ଅତିରିକ୍ତ ସେସନ୍ସ ଜଜ ସୁଧୀର ପାରମର ଦୋଷୀକୁ ଫାଶୀଦଣ୍ଡ ଦେଇଛନ୍ତି । ଦୋଷୀ ବିରୋଧରେ ହତ୍ୟା, ମିଥ୍ୟା ସୂଚନା ପ୍ରଦାନ ଓ ଆର୍ମସ ଆକ୍ଟ ଭଳି ଅନେକ ସଙ୍ଗୀନ ଦଫା ଲଗାଯାଇଥିଲା । ମାମଲାରେ 64 ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଯାଇଥିଲା ବେଳେ ଏହି ମାମଲା 2 ମାସ 5 ମାସ ଧରି କୋର୍ଟରେ ବିଚାରଧୀନ ଥିଲା ।

ଗତ 2018 ମସିହା ଅକ୍ଟୋବର 13 ତାରିଖରେ ଗୁରୁଗ୍ରାମର ସେକ୍ଟର 49ର ଆର୍କାଡିଆ ମାର୍କେଟରେ ଜଜ କ୍ରିଷ୍ଣାକାନ୍ତ ଶର୍ମାଙ୍କ ପତ୍ନୀ ରିତୁ ଓ ପୁଅ ଧ୍ରୁବକୁ ହତ୍ୟାକରାଯାଇଥିଲା । ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ନିଜ ସର୍ଭିସ ରିଭଲଭରରେ ସେମାନଙ୍କୁ ଗୁଳିକରି ହତ୍ୟାକରିଥିଲେ ।

ABOUT THE AUTHOR

...view details