ଓଡିଶା

odisha

By

Published : Nov 26, 2019, 5:46 PM IST

ETV Bharat / bharat

କାଟ୍ରୋସାଟ-3 ଉତକ୍ଷେପଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ

ଆସନ୍ତାକାଲି (ବୁଧବାର) ଇସ୍ରୋ 14ଟି ଉପଗ୍ରହ ମହାକାଶକୁ ପ୍ରକ୍ଷେପଣ କରିବ । ଏଥିପାଇଁ ପ୍ରକ୍ଷେପଣର 24 ଘଣ୍ଟା ପୂର୍ବରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ISRO
ISRO

ଚେନ୍ନାଇ: ଆଉ ଏକ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଆସନ୍ତାକାଲି(ବୁଧବାର) ଅର୍ଥାତ 27 ତାରିଖରେ 14ଟି ଉପଗ୍ରହକୁ ମହାକାଶକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇସ୍ରୋ । ପୋଲାର ସାଟେଲାଇଟ ଲଞ୍ଚ ଭେହିକିଲରୁ 14ଟି ଛୋଟ ଉପଗ୍ରହର ହେବ ଉତକ୍ଷେପଣ । ଏନେଇ 24 ଘଣ୍ଟା ପୂର୍ବରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳ 7.28 ମିନିଟରୁ ଏହି କାଉଣ୍ଟ ଡାଉନ ଆରମ୍ଭ ହୋଇଛି ।

ଏହି ଲଞ୍ଚ ଭେହିକିଲ୍ ଶ୍ରୀହରିକୋଟସ୍ଥିତ ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଲଞ୍ଚ ହେବ । ମିଳିଥିବା ସୂଚନା ମୁତାବକ ପିଏସଏଲଭି ସି-47 ଏକ୍ସଏଲ କନଫିଗରେସନ ବିଶିଷ୍ଟ ଏହି ଲଞ୍ଚିଂ ଭେହିକିଲ ମହାକାଶ ଗସ୍ତ କରିବ । ଏହା ସହିତ ପିଏସଏଲଭିର ଏହା 21ତମ ପ୍ରକ୍ଷେପଣ ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ପିଏସଏଲଭି ମୋଟ 14ଟି ଉପଗ୍ରହ ମଧ୍ୟରୁ 13ଟି ଆମେରିକୀୟ ବ୍ୟବସାୟିକ ଭିତ୍ତିକ ଉପଗ୍ରହ ସହିତ ଭାରତର କାଟ୍ରୋସାଟ-3 ଉପଗ୍ରହକୁ ନେଇ ମହାକାଶ ଯିବ । କାଟ୍ରୋସାଟ ଉଚ୍ଚ କ୍ଷମତା ବିଶିଷ୍ଟ ଉପଗ୍ରହ । ଏହାର ଓଜନ ପ୍ରାୟ 1625 କେଜି ବୋଲି ଇସ୍ରୋ କହିଛି । ଏହି ଉପଗ୍ରହ ପୃଥିବୀ ପୃଷ୍ଠରୁ ପ୍ରାୟ 509 କିଲୋମିଟର ଉଚ୍ଚରେ ଅବସ୍ଥାପିତ ହେବ ଏବଂ 97.5 ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟ କରିବାର କ୍ଷମତା ରଖିବ ବୋଲି ଇସ୍ରୋ କହିଛି ।

ସେହିଭଳି ଇସ୍ରୋର ଅନ୍ୟ ଏକ ବିଭାଗ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ଼ ସହିତ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ଏହି ଲଞ୍ଚିଂ ଭେହିକିଲ ଆମେରିକାର 13ଟି ଉପଗ୍ରହକୁ ମଧ୍ୟ ନେବ ବୋଲି ଜଣାପଡ଼ିଛି ।

ABOUT THE AUTHOR

...view details