ବେଙ୍ଗାଲୁରୁ: କୋଭିଡ-19 ମୁକାବିଲା ପାଇଁ ସାରା ଦେଶ ତାଲାବନ୍ଦ ରହିଛି । ଯାହାର ସିଧାସଳଖ ପ୍ରଭାବ ବାହାରେ ବୁଲୁଥିବା ପଶୁପକ୍ଷୀଙ୍କ ଉପରେ ପଡିଛି । ପ୍ରତ୍ୟେକ ଦିନ ସେମାନଙ୍କୁ ଖାଦ୍ୟ ଖାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । ଏମିତି ସ୍ଥିତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁୟୁରପ୍ପା ଲୋକଙ୍କୁ ସେମାନଙ୍କ ଘର ପାଖରେ ବୁଲୁଥିବା ପଶୁପକ୍ଷୀ ମାନଙ୍କୁ ଖାଇବାକୁ ଦେବା ସହ ଜଳ ଯୋଗାଇବାକୁ ନିବେଦନ କରିଛନ୍ତି ।
କନ୍ନଡ ଭାଷାରେ ଏକ ଟ୍ବିଟ କରି ଲେଖିଛନ୍ତି ଯେ, ସୂର୍ଯ୍ୟଙ୍କ ପ୍ରଚଣ୍ଡ ଉତ୍ତାପ ଏବଂ ତାଲାବନ୍ଦ କାରଣରୁ ବିଲେଇ, କୁକୁର ଏବଂ ଅନ୍ୟ ପକ୍ଷୀମାନେ ଖାଦ୍ୟ ଓ ଜଳ ବିନା ଯନ୍ତ୍ରଣା ପାଉଛନ୍ତି । ସହରାଞ୍ଚଳ ଗୁଡିକରେ ଏପରି ସ୍ଥିତି ଅତ୍ୟଧିକ ଗମ୍ଭୀର ହୋଇଛି । ତେଣୁ ମୁଁ ଲୋକଙ୍କୁ ନିବେଦନ କରୁଛି ଯେ ବାହାରେ ବୁଲିଥିବା କୁକୁର ଓ ପକ୍ଷୀମାନଙ୍କୁ ଖାଦ୍ୟ ଓ ଜଳ ଦିଅନ୍ତୁ ।
ସେହିପରି ବିଜେପିର ବରିଷ୍ଠ ନେତା ଇଂରାଜୀରେ ଏକ ଟ୍ବିଟ କରି କହିଛନ୍ତି ଯେ, ଦୟାକରି ଦୟାଳୁ ହୁଅନ୍ତି । ନିଜ ଘର ଚାରିପାଖରେ ବୁଲୁଥିବା ପଶୁପକ୍ଷୀମାନଙ୍କୁ ଖାଇବାକୁ ଦେବା ପାଇଁ କିଛି ସମୟ ବାହାର କରନ୍ତୁ । ସେମାନଙ୍କୁ ଜଳ ଏବଂ ବଳକା ଖାଦ୍ୟ ଯୋଗାଇ ଦେବାକୁ ଚେଷ୍ଟା କରନ୍ତୁ । ଯଦ୍ବାରା ସେମାନେ ଭୋକରେ ରହିବେ ନାହିଁ ।