ନୂଆଦିଲ୍ଲୀ: ସମସ୍ତଙ୍କୁ କୋଭିଡ-19 ଟିକା ମାଗଣାରେ ଯୋଗାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏନେଇ ସେ ଏକ ଟ୍ବିଟ୍ ଯୋଗେ କେନ୍ଦ୍ରକୁ ନିବେଦନ କରିଥିବା ଜଣାପଡିଛି ।
ଟ୍ବିଟରେ ଅରବିନ୍ଦ କହିଛନ୍ତି ଯେ କୋରୋନା ଭାଇରସ୍ ହେଉଛି ଶତାବ୍ଦୀର ସବୁଠାରୁ ବଡ ମହାମାରୀ । ଲୋକଙ୍କୁ ଏଥିରୁ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା । ତେଣୁ ସମସ୍ତେ ମାଗଣା ଟିକା ପାଇବାକୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ମୁକ୍ତ ଟିକାକରଣ ପାଇଁ ହେବାକୁ ଥିବା ଖର୍ଚ୍ଚ ବହୁ ଜୀବନ ରକ୍ଷା କରିପାରିବ ବୋଲି ମଧ୍ୟ ଟ୍ବିଟରେ କହିଛନ୍ତି କେଜ୍ରିୱାଲ।