ଓଡିଶା

odisha

ETV Bharat / bharat

ସିଏଏ ତାତି: ପ୍ରଦର୍ଶନସ୍ଥଳୀରେ ଖ୍ରୀଷ୍ଟମାସ ପାଳିବେ ଧାରଣାରତ ଛାତ୍ରଛାତ୍ରୀ - ଜାମିୟା ମିଲିୟା ଇସଲାମିୟା ୟୁନିଭର୍ସିଟି

ସିଏଏକୁ ନେଇ ଜାମିୟା ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ଜାରି । ପ୍ରଦର୍ଶନସ୍ଥଳୀରେ ଖ୍ରୀଷ୍ଟମାସ ପାଳିବେ ଆନ୍ଦୋଳନରତ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

christmas
ଜାମିୟା ଛାତ୍ରଙ୍କର ବିରୋଧ ପ୍ରଦର୍ଶନ

By

Published : Dec 25, 2019, 2:51 PM IST

ନୂଆଦିଲ୍ଲୀ: ଜାମିୟା ମିଲିୟା ଇସଲାମିୟାରେ ସିଏଏକୁ ନେଇ ବିରୋଧ ଥମିବାରେ ନାଁ ଧରୁନି । ଲଗାତାର ଭାବେ ଜାରି ରହିଛି ଛାତ୍ର ବିରୋଧ ପ୍ରଦର୍ଶନ। ତେବେ ବୁଧବାର ଖ୍ରୀଷ୍ଟମାସ ଡେ' ରେ ଛାତ୍ରମାନେ କିଛି ଭିନ୍ନ ଧରଣରେ ବିରୋଧ ପ୍ରଦର୍ଶନ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରଦର୍ଶନ ଖ୍ରୀଷ୍ଟମାସ ରଙ୍ଗରେ ରଙ୍ଗେଇ ହେବ। ଏହି ଅବସରରେ ଚର୍ଚ୍ଚରୁ ପାଦ୍ରୀଙ୍କୁ ମଧ୍ୟ ଡକାଯାଇଛି ।

ଘଟଣାରେ ପ୍ରଦର୍ଶନକାରୀ ଛାତ୍ର ସୈଫ ଉଲ ଇସଲାମ କହିଛନ୍ତି ଯେ, ପ୍ରଦର୍ଶନ ଚାଲିବା ସହିତ କୌଣସି ଛାତ୍ରଛାତ୍ରୀ ଘରକୁ ଯାଇପାରୁନାହାଁନ୍ତି । ଯେଉଁଥିପାଇଁ ପ୍ରଦର୍ଶନ ସହିତ ଛାତ୍ରଛାତ୍ରୀ ଆନ୍ଦୋଳନସ୍ଥଳରେ ଖ୍ରୀଷ୍ଟମାସ ପାଳନ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସୈଫ ଉଲ କହିଛନ୍ତି ଯେ, ଧର୍ମନିରପେକ୍ଷତାର ଉଦାହରଣ ଦେଇ ପ୍ରଦର୍ଶନ କରିବାସହ ସମସ୍ତ ପର୍ବ ପାଳନ ହେବ । ପ୍ରଦର୍ଶନ ସମୟରେ ସମସ୍ତେ ସାଣ୍ଟାକ୍ଲସ ରୂପରେ ଆସିବେ। ଏହା ବ୍ୟତୀତ ରାସ୍ତାରେ ଖ୍ରୀଷ୍ଟମାସ ଟ୍ରି ଲଗାଯିବ । ଏହା ସହିତ ଚର୍ଚ୍ଚରୁ ବିଶେଷ ପାଦ୍ରୀ ଏହି ପ୍ରଦର୍ଶନୀରେ ଯୋଗଦେଇ ବଡ ଦିନ ପାଳନ କରିବା ସହ ସିଏଏ ଓ ଏନଆରସି ଉପରେ ନିଜର ମତ ରଖିବେ ।

ସେ ଆହୁରି କହିଛନ୍ତି ଯେ, ପ୍ରଦର୍ଶନ କରିବା ସମୟରେ ଯଦି ଗୋଟିଏ ଦିନ ବନ୍ଦ ହୋଇଯାଏ ତେବେ ଏହା ଦୁର୍ବଳ ହୋଇଯିବ । ତେଣୁ ଏହି ପ୍ରଦର୍ଶନ କେବେବି ବନ୍ଦ ହେବ ନାହିଁ । ଏହା ସହିତ ସେ କହିଛନ୍ତି ଯେ,ଜାମିୟା ଛାତ୍ରମାନେ ଅହିଂସା ଓ ଧର୍ମନିରପେକ୍ଷତା ଉପରେ ବିଶ୍ବାସ ରଖନ୍ତି, ତେଣୁ ଏହି ପର୍ବ ମଧ୍ୟ ସେ ପାଳନ କରିବେ ।

ABOUT THE AUTHOR

...view details