ନୂଆଦିଲ୍ଲୀ: ଜାରି ରହିଛି ଶାହିନବାଗ ଆନ୍ଦୋଳନ । ଗତ 78ଦିନ ଧରି ଦେଶରେ CAA, NRC ଓ NPRକୁ ବିରୋଧ ପ୍ରଦର୍ଶନ କରି ଜୋର ହେବାରେ ଲାଗିଛି ଜନ ଆନ୍ଦୋଳନ । ମଙ୍ଗଳବାର ଏହି ବିକ୍ଷୋଭ ପ୍ରଦର୍ଶନ 80 ଦିନରେ ପହଞ୍ଚିଥିବାବେଳେ ଏବେ ବି ଜାରି ରହିଛି ବିରୋଧ ପ୍ରଦର୍ଶନ । ଶାହିନବାଗ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀକୁ ନୋଏଡା ସହିତ ସଂଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ଅବରୋଧ ହୋଇ ରହିଛି । ଯାହାଦ୍ବାରା ଲକ୍ଷ ଲକ୍ଷ ଲୋକ ଏଥିରୁ ପ୍ରଭାବିତ ହେଉଛନ୍ତି ।
ରାସ୍ତା ଜାମ ରହିବା ହେତୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହିବାକୁ ପଡୁଛି । ଏଥିସହିତ, ଯେତେପର୍ଯ୍ୟନ୍ତ ନାଗରିକ ସଂଶୋଧନ ଅଧିନିୟମ(CAA)କୁ ସରକାର ଫେରାଇ ନେଇ ନାହାଁନ୍ତି, ସେତେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।