ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଜାମିୟାମିଲିୟାରେ ହିଂସାତ୍ମକ ପ୍ରଦର୍ଶନ ପରେ ପ୍ରଦର୍ଶନକାରୀ ଏବେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ପହଞ୍ଚି ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ଜାମିୟାମିଲିୟାର ଛାତ୍ରଙ୍କ ସମର୍ଥନରେ ଜେଏନୟୁ ଛାତ୍ର ମଧ୍ୟ ପୋଲିସ ମୁଖ୍ୟାଳୟ ଆଗରେ ଏକଜୁଟ ହୋଇଛନ୍ତି। ସେମାନେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ନାରାବାଜି କରୁଥିବା ଖବର ମିଳିଛି।
ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସମ୍ନାରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ - Proteste at Delhi Police Headquarter
ଜାମିୟାମିଲିୟାରୁ ଘଉଡାଇବା ପରେ ଏବେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସାମ୍ନାରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି। ଜାମିୟାମିଲିୟା ଛାତ୍ରଙ୍କ ସମର୍ଥନରେ ଆସିଲେ ଜେଏନୟୁ ଛାତ୍ର।
ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସମ୍ନାରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ
ଅନ୍ୟପକ୍ଷେ ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଗୁଜବ ଉପରେ ଧ୍ୟାନ ନଦେବାକୁ ଦିଲ୍ଲୀ ପୋଲିସ କହିଛି। ବିଶୃଙ୍ଖଳକାରୀକୁ ଖୋଜି ବାହାର କରିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ ଜଣାଇଛି। ସେପଟେ ଜାମିୟାମିଲିୟାରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନରେ 6 ଜଣ ପୋଲିସ ଆହତ ହୋଇଥିବା ଦକ୍ଷିଣ ପୂର୍ବ ଦିଲ୍ଲୀର ଡିସିପି ଚିନ୍ମୟ ବିଶ୍ବାଳ କହିଛନ୍ତି।