ଜୟପୁର:ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଆରକ୍ଷଣ ଦାବି କରି ରାଜସ୍ଥାନର ଗୁର୍ଜର ସମ୍ପ୍ରଦାୟ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଗୁର୍ଜର ସମ୍ପ୍ରଦାୟ ଲୋକଙ୍କୁ ଅତି ପଛୁଆ ବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି ଲୋକେ। ରାଜସ୍ଥାନର ଭରତପୁର, ଢୋଲପୁର ଓ ମାଧୋପୁର ଆଦି ଜିଲ୍ଲାରେ ଆଜି(ରବିବାର) ଜୋରଦାର ଆନ୍ଦୋଳନ ଜାରି ରହିଛି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ହଟିବେ ନାହିଁ ବୋଲି ରୋକଠୋକ କହିଛନ୍ତି ଗୁର୍ଜର ସମ୍ପ୍ରଦାୟ।
ଆନ୍ଦୋଳନ ଯୋଗୁଁ ଢୋଲପୁର ଜିଲ୍ଲାରେ 144 ଧାରା ଜାରି କରିଛି ପ୍ରଶାସନ। ଆନ୍ଦୋଳନ ହେଉଥିବା ସ୍ଥାନମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆନ୍ଦୋଳନ ଯୋଗୁଁ କରୌଲି, ଭରତପୁର ଓ ଜୟପୁର ଆଦି ଅଞ୍ଚଳରେ ମୋବାଇନ ଇଣ୍ଟରେନେଟ କନେକ୍ସନକୁ କମାଇ ଦିଆଯାଇଛି।
ସେପଟେ ଆନ୍ଦୋଲନକୁ ନେଇ ଗୁର୍ଜର ଆରକ୍ଷଣ ସଂଘର୍ଶ ସମିତି ମୁଖ୍ୟ ବିଜୟ ବଇଶ୍ଲା ଆନ୍ଦୋଲନ ସମୟରେ ଏକ ସାକ୍ଷାତକାରରେ କହିଛନ୍ତି, "ଗତ ଦୁଇ ବର୍ଷ ହେଲା ଆମେ ଗୁର୍ଜରମାନଙ୍କ ପାଇଁ ଲଢ଼ି ଆସୁଛୁ। ଆମ ସହ ଅନ୍ୟାୟ ହୋଇ ଆସିଛି। ଆରକ୍ଷଣ ନଥିବା ଯୋଗୁଁ ଗୁର୍ଜର ସମ୍ପ୍ରଦାୟର 25 ହଜାର ଯୁବକ ଏବେ ବେକାର ହୋଇ ବୁଲୁଛନ୍ତି। ସେମାନଙ୍କ କଣ୍ଠରୋଧ କରାଯାଉଛି। ପୂର୍ବରୁ ଆମେ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ଦାବି ବିଷୟ ନେଇ କଥା ହୋଇଥିଲୁ। ତେବେ ଏନେଇ କୌଣସି ଲାଭ ନହେବାରୁ ଆମେ ବାଧ୍ୟ ହୋଇଛୁ ଆନ୍ଦୋଳନ ଓହ୍ଲାଇବାକୁ। ଦାବି ପୂରଣ ନହେଲେ ଆହୁରି ଭୟାବହ ଆନ୍ଦୋଳନ ହେବ।"
ସେପଟେ ଆଜି(ରବିବାର) ଆନ୍ଦୋଳନକାରୀମାନେ ରାଜସ୍ଥାନର ପିଲୁପୁରାରେ ଏକତ୍ରିତ ହୋଇଥିଲା। ସେଠାରେ ଥିବା ମୁମ୍ବାଇ-ଦିଲ୍ଲୀ ରେଳ ଧାରଣାକୁ ଭାଙ୍ଗି ଦେଇଛନ୍ତି ଗୁର୍ଜର ସମ୍ପଦ୍ରାୟ। ତେବେ ସେଠାରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ହଟାଇବାରେ ସକ୍ଷମ ହୋଇଛନ୍ତି। ଏହାପରେ ଆଜି ଆନ୍ଦୋଳନକାରୀମାନେ ହିନ୍ଦୌନ-ବୟାନ ରାଜପଥକୁ ଅବରୋଧ କରିଛନ୍ତି। ଆନ୍ଦୋଲନ ଯୋଗୁଁ ବିଭିନ୍ନ ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଛି। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧରଣ ଲୋକେ।