ଲଣ୍ଡନ: ନାଗରିକତା ସଂଶୋଧନ ଆଇନ୍(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ବିରୋଧରେ ଦେଶ-ବିଦେଶରେ ଜାରି ରହିଛି ପ୍ରଦର୍ଶନ । ଦେଶରେ ଏହି ପ୍ରଦର୍ଶନ ଧିରେ ଧିରେ ସାମାନ୍ୟ ହେଉଥିବା ବେଳେ ବିଦେଶରେ ଏହା ଜୋରଦାର ହେଉଥିବା ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ବ୍ରିଟେନର ରାଜଧାନୀ ଲଣ୍ଡନରେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ହୋଇଛି । ଏହି ପ୍ରଦର୍ଶନରେ ପ୍ରାୟ 2000 ଲୋକ ସାମିଲ ହୋଇଥିବା ଜଣାପଡିଛି ।
ସିଏଏ-ଏନଆରସି: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଲଣ୍ଡନରେ ବିରୋଧ ପ୍ରଦର୍ଶନ - protest in london
ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ବ୍ରିଟେନର ରାଜଧାନୀ ଲଣ୍ଡନରେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ହୋଇଛି। ଏହି ପ୍ରଦର୍ଶନରେ ପ୍ରାୟ 2000 ଲୋକ ସାମିଲ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...
71ତମ ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସିଏଏ ଏବଂ ଏନଆରସି ବିରୋଧୀ ପୋଷ୍ଟର ଧରି ଲଣ୍ଡନ ରାଜରାସ୍ତାରେ ପ୍ରାୟ 2 ହଜାରରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀ ଏକତ୍ରୀତ ହୋଇଥିଲେ। ସିଏଏ-ଏନଆରସିକୁ ବିରୋଧ କରୁଥିବା ଭାରତୀୟଙ୍କୁ ଆମେ ସମର୍ଥନ କରୁଛୁ ବୋଲି ସେମାନେ କହିଛନ୍ତି।
'ୟୁନାଇଟେଡ ଏଗେନ୍ଷ୍ଟ ଫାଶିଜିମ ଇନ୍ ଇଣ୍ଡିଆ'ର ନେତୃତ୍ବରେ ଏହି ମୋର୍ଚ୍ଚା ଡାଉନିଂ ଷ୍ଟ୍ରିଟରେ ଆରମ୍ଭ ହୋଇ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଦର୍ଶନକାରୀଙ୍କ ଏକ ସମୂହ ନିର୍ଧାରିତ ବର୍ଜିତ କ୍ଷେତ୍ରରେ ନମାଜ ପାଠ ମଧ୍ୟ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ପତ୍ର ମଧ୍ୟ ଜାରି କରିଥିଲେ । ଏହି ପତ୍ରରେ ସିଏଏକୁ ତତ୍କାଳ ରୂପରେ ପ୍ରତ୍ୟାହାର କରିବା ସହ ଏନଆରସି ଏବଂ ଏନପିଆର ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ଅପିଲ୍ କରାଯାଇଥିଲା ।