ଶ୍ରୀନଗର: ଧାରା 370 ଉଚ୍ଛେଦ ହେବାର ଅନେକ ଦିନ ବିତିଗଲାଣି। ତଥାପି ଜାମ୍ମୁକାଶ୍ମୀର ଅନେକ ଅଞ୍ଚଳରେ ସ୍ବାଭାବିକ ହୋଇପାରିନାହିଁ ଇଣ୍ଟରନେଟ ସେବା। ଏପରିକି ଅନେକ ଧାର୍ମିକ ନେତାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ସଭାସ୍ଥଳୀ କରିବା ପାଇଁ ଅନୁମତି ଦିଆଯାଇନାହିଁ। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଭାରତୀୟ ଆମେରିକା ସାଂସଦ ପ୍ରମିଳା ଜୟପାଲ।
ଆମେରିକା ସଂସଦରେ ଉଠିଲା ଜାମ୍ମୁକାଶ୍ମୀର ପ୍ରସଙ୍ଗ - act 370
ଆମେରିକା ସଂସଦରେ ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ପ୍ରସ୍ତାବ । ଭାରତୀୟ ଆମେରିକା ସାଂସଦ ପ୍ରମିଳା ଜୟପାଲ ଜାମ୍ମୁକାଶ୍ମୀରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବା ପାଇଁ ଏକ ପ୍ରସ୍ତାବ ଦେଇଛନ୍ତି । ସମ୍ପୂର୍ଣ୍ଣ ପଢନ୍ତୁ...
ଜମ୍ମୁକାଶ୍ମୀର ସ୍ଥିତି ନେଇ ସେ ଆମେରିକା ସଂସଦରେ ଏକ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଇଣ୍ଟରନେଟ ସେବାକୁ ସ୍ବାଭାବିକ କରିବା, ସମସ୍ତ ଅଧିବାସୀଙ୍କ ଧାର୍ମିକ ସ୍ବତନ୍ତ୍ରତା ସଂରକ୍ଷିତ ରଖିବା ପାଇଁ ସେ ଅପିଲ କରିଛନ୍ତି । ଏହା କେବଳ ଏକ ପ୍ରସ୍ତାବ। ଏହାକୁ ନେଇ ଗୃହରେ ଭୋଟିଂ କରାଯିବ ନାହିଁ କିମ୍ବା ଏହା ଆଇନରେ ମଧ୍ୟ ପରିଣତ ହେବ ନାହିଁ। ଏହି ପ୍ରସ୍ତାବ ମାଧ୍ୟମରେ ଜାମ୍ମୁକାଶ୍ମୀରରେ ବନ୍ଦ ଥିବା ସେବାକୁ ସ୍ବାଭାବିକ କରିବାକୁ କୁହାଯାଇଛି।
ଗତ 5 ଅଗଷ୍ଟରେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ସହ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ଯାହ ପରେ ସେଠାରେ ଅନେକ ପ୍ରତିବନ୍ଧକ ଲଗାଯାଇଛି।