ଓଡିଶା

odisha

ETV Bharat / bharat

ସମ୍ପତ୍ତି ପାଇଁ ରକ୍ତସମ୍ପର୍କ ଭୁଲିଲା ପୁଅ, ବାପା, ମା' ଭଉଣୀକୁ ହତ୍ୟା - ରକ୍ତ ସମ୍ପର୍କ ଭୁଲିଲା ପୁଅ

ସମ୍ପତ୍ତି ବିବାଦରୁ ବାପା ମା' ସହ ଭଉଣୀକୁ ହତ୍ୟା କଲା ପୁଅ। ଶେଷରେ ନିଜର ଅମାନୁଷିକ କାଣ୍ଡ କାରନାମା ବିଷୟରେ ପୋଲିସକୁ ଜଣାଇ ଆତ୍ମସର୍ପଣ କରିଛି। ଅଧିକ ଖବର ପଢନ୍ତୁ...

Property dispute
ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲିଲା ପୁଅ, ବାପା,ମା' ଭଉଣୀକୁ ହତ୍ୟା

By

Published : Mar 11, 2020, 5:26 PM IST

ବେଙ୍ଗାଲୁରୁ: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲି ଗଲା ପୁଅ। ପରିସ୍ଥିତି ଏତେ ସାଂଘାତିକ ହୋଇଥିଲା ଯେ ଶେଷରେ ନିଜ ବାପା ମା' ଓ ଭଉଣୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଏପରି ଅଭାବନୀୟ ଘଟଣା କର୍ଣ୍ଣାଟକ ଓ ମହାରାଷ୍ଟ୍ରର ସୀମାନ୍ତବର୍ତ୍ତୀ ସାଙ୍ଗଲିରେ ଘଟିଛି।

ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲିଲା ପୁଅ, ବାପା,ମା' ଭଉଣୀକୁ ହତ୍ୟା

ସୂଚନା ଅନୁସାରେ, ଏହି ପୁଅ ହେଉଛି ସିଦ୍ଧପ୍ପା ଆରାକେରି। ଯିଏ ନିଜର 82 ବର୍ଷୀୟ ବୃଦ୍ଧା ବାପା ଓ 75 ବର୍ଷୀୟା ମା'କୁ ହତ୍ୟା କରିଛି। ଏହାସହ ଭଉଣୀ ସମୁଦ୍ରାଭୟାକୁ ମଧ୍ୟ ଛାଡିନାହିଁ।

ତେବେ ଏପରି ଅମାନୁଷିକ କାଣ୍ଡ ଘଟାଇବା ପରେ ସିଦ୍ଧପ୍ପା ଆରାକେରୀ ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାସହ ହତ୍ୟାକାଣ୍ଡର ସତ୍ୟାସତ୍ୟ ଗୁମର ପୋଲିସ ଆଗରେ ବଖାଣିଥିଲା।

ABOUT THE AUTHOR

...view details