ଓଡିଶା

odisha

ETV Bharat / bharat

ପରଲୋକରେ 'ମିଷ୍ଟର କ୍ଲିନ୍': ଝୁରିବ ଭାରତ, ମନେପକାଇବ ଗୋଆ

ମନୋହର ପାରିକରଙ୍କ ଜନ୍ମ ୧୯୫୫ ଡିସେମ୍ବର ୧୩ରେ ଗୋଆର ମାପୁସାରେ ହୋଇଥିଲା । ତାଙ୍କ ସମ୍ପୂର୍ଣ୍ଣ ନାମ ମନୋହର ଗୋପାଳକୃଷ୍ଣନ ପ୍ରଭୁ ପାରିକର ଥିଲା । ସେ ୧୯୭୮ରେ ଆଇଆଇଟି ମୁମ୍ବାଇରୁ ସ୍ନାତକ କରିଥିଲେ । ଏହାସହ ସେ ଦେଶର ପ୍ରଥମ ଆଇଆଇଟି ସ୍ନାତକ ଡିଗ୍ରୀଧାରୀ ମୁଖ୍ୟମନ୍ତ୍ରୀ ଥିଲେ ।

ଫାଇଲ ଫଟୋ

By

Published : Mar 17, 2019, 11:12 PM IST

ନୂଆଦିଲ୍ଲୀ: ୬୩ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଦୀର୍ଘ ଦିନରୁ କ୍ୟାନସରରେ ପୀଡିତ ଥିଲେ ସେ । ଶେଷରେ ରବିବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭାରତୀୟ ରାଜନୀତିରେ 'ମିଷ୍ଟର କ୍ଲିନ' ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନ କାଳରେ କେବେ ମଧ୍ୟ ତାଙ୍କ ବିରୋଧରେ କୌଣସି ଆଭିଯୋଗ ଆସିନାହିଁ । ସେ ଅତି ସରଳ ଏବଂ ନିରାଡମ୍ବର ଜୀବନଯାପନ କରୁଥିଲେ ।

ମନହୋର ପାରିକର ଦେଶର ପ୍ରତିରକ୍ଷା ମନ୍ତ୍ରୀ ପଦରେ ମାର୍ଚ୍ଚ ୨୦୧୭ ଯାଏଁ ରହିଥିଲେ । ଏହାସହ ସେ ଚାରିଥର ଗୋଆ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ନିକଟତର ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।

ମନୋହର ପାରିକରଙ୍କ ଜନ୍ମ ୧୯୫୫ ଡିସେମ୍ବର ୧୩ରେ ଗୋଆର ମାପୁସାରେ ହୋଇଥିଲା । ତାଙ୍କ ସମ୍ପୂର୍ଣ୍ଣ ନାମ ମନୋହର ଗୋପାଳକୃଷ୍ଣନ ପ୍ରଭୁ ପାରିକର ଥିଲା । ସେ ୧୯୭୮ରେ ଆଇଆଇଟି ମୁମ୍ବାଇରୁ ସ୍ନାତକ କରିଥିଲେ । ଏହାସହ ସେ ଦେଶର ପ୍ରଥମ ଆଇଆଇଟି ସ୍ନାତକ ଡିଗ୍ରୀଧାରୀ ମୁଖ୍ୟମନ୍ତ୍ରୀ ଥିଲେ ।

ମନୋହର ପାରିକର ଗୋଆରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଥିଲେ । ୧୯୯୪ରେ ସେ ଗୋଆର ଦ୍ବିତୀୟ ବ୍ୟବସ୍ଥାପିକା ପାଇଁ ବଛାଯାଇଥିଲା । ୨୦୦୦ ଅକ୍ଟୋବର ୨୪ରେ ଗୋଆରେ ସେ ପ୍ରଥମଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । କିନ୍ତୁ ଏହି ସରକାର ୨୦୦୨ ଫେବୃଆରୀ ୨୭ ଯାଏ ଚାଲିଥିଲା । ୨୦୦୨ ଜୁନରେ ସେ ପୁଣି ବିଧାୟକ ଭାବେ ନିର୍ବାଚିତ ହେବା ପରେ ୨୦୦୨ ଜୁନରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ମନୋହର ପାରିକରଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ବଚ୍ଛ ବ୍ୟକ୍ତିତ୍ବ ଏବଂ ଉତ୍ତମ ଚରିତ୍ର ଯୋଗୁଁ ପିଏମ ମୋଦି ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିଲେ । ତାଙ୍କ କାର୍ଯ୍ୟକାଳରେ ସେନା ବହୁ ବଡ ବଡ ଅପରେଶନକୁ କାର୍ଯ୍ୟକାରୀ କରିଥିଲା । ୨୦୧୭ ନଭେମ୍ବରରେ ଭାରତୀୟ ସେନା ପାକିସ୍ତାନ ସୀମାରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଏହି ସର୍ଜିକାଲ ଷ୍ଟ୍ରାଇକରେ ବହୁ ଆତଙ୍କୀ କ୍ୟାମ୍ପ ଧ୍ବଂସ ପାଇଥିଲା । ଅନ୍ୟପକ୍ଷେ ଏହି ଅପରେଶନ ସଫଳ ହେବାସହ ଭାରତୀୟ ଯବାନ ସୁରକ୍ଷିତ ସ୍ବଦେଶକୁ ଫେରିଥିଲେ ।

ଏହାପୂର୍ବରୁ ୨୦୧୫ ଜୁନ ୪ରେ ମଣିପୁରର ଚନ୍ଦଲ ଜିଲ୍ଲାରେ ଉଗ୍ରବାଦୀମାନେ ସେନା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୮ ଜଣ ଯବାନ ଶହୀଦ ହୋଇଯାଇଥିଲେ । ପରେ ମିଆଁମାର ସୀମାରେ ଭାରତୀୟ ପାରାକମାଣ୍ଡର ପ୍ରବେଶ କରି ଉଗ୍ରବାଦୀଙ୍କ କ୍ୟାମ୍ପକୁ ଧ୍ବଂସ କରିଥିଲା । ଏହାସହ ଏହି ଅପରେଶନରେ ପ୍ରାୟ ୧୦୦ ଉଗ୍ରବାଦୀ ନିହତ ହୋଇଥିଲା । ଏହି ଅପରେଶନରେ ୭୦ କମାଣ୍ଡର ସାମିଲ ଥିଲେ ଓ ଏହା ୪୦ ମିନିଟ ଧରି ଚାଲିଥିଲା ।

ABOUT THE AUTHOR

...view details