ନୂଆଦିଲ୍ଲୀ: ଆଜି ( ଶୁକ୍ରବାର ) ୟୁନିୟନ ପବ୍ଲିକ କମିଶନ ( ୟୁପିଏସସି) ବା କେନ୍ଦ୍ର ଜନସେବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ପ୍ରଫେସର ପ୍ରଦୀପ ଯୋଶୀ । 2015 ମସିହାରେ ପ୍ରଫେସର ଯୋଶୀ ଆୟୋଗ ର ସଦସ୍ୟ ଭାବେ ଯୋଗ ଦେଇଥିଲେ ।
ସେହିପରି ଏହାପୂର୍ବରୁ ଛତିଶଗଡ ଓ ମଧ୍ୟପ୍ରଦେଶ ୟୁପିଏସସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି ପ୍ରଫେସର ଯୋଶୀ । ଆୟୋଗର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଥିବା ଅରବିନ୍ଦ ସକ୍ସେନାଙ୍କ ଆଜି କାର୍ଯ୍ୟକାଳ ଶେଷ ହେବାପରେ ଯୋଶୀ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ନିଜ କର୍ତ୍ତବ୍ୟକୁ ସଠିକ ଓ ଉତ୍ତର ଦାୟିତ୍ବ ହେବେ ବୋଲି କହିଛନ୍ତି ଯୋଶୀ ।