ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କଂଗ୍ରେସର ଭୋଟ ବ୍ୟାଙ୍କ୍କୁ ମଜବୁତ କରିବା ପାଇଁ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରୁଛନ୍ତି ପ୍ରିୟଙ୍କ ଗାନ୍ଧୀ । ସଂନ୍ଥ ରବିଦାସ ଜୟନ୍ତୀ ଅବସରରେ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ ପ୍ରୟଙ୍କା । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାରାଣାସୀର ସନ୍ଥ ରବି ଦାସଙ୍କ ଜନ୍ମ ସ୍ଥାନ ପରିଭ୍ରମଣରେ ଯାଇଥିଲେ ।
ଦଳିତ ଭୋଟ ଉପରେ ପ୍ରିୟଙ୍କାଙ୍କ ନଜର, ସନ୍ଥ ରବିଦାସଙ୍କ ଜୟନ୍ତୀରେ ଆସିବେ ବାରାଣାସୀ - priyanka gandhi varanashi visit
ଦଳିତ ସମାଜର ଭୋଟ ହାତେଇବାକୁ ସନ୍ଥ ରବିଦାସଙ୍କ ଜୟନ୍ତୀରେ ବାରାଣାସୀ ଗସ୍ତ କରିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଦଳିତ ସମାଜରେ ସନ୍ଥ ରବି ଦାସଙ୍କ ବଡ ସମ୍ମାନ ରହିଛି । ଅଧିକ ପଢନ୍ତୁ...
ଉତ୍ତର ପ୍ରଦେଶରେ କଂଗ୍ରେସର ଭାର ସମ୍ଭାଳିବା ପରଠୁ ପ୍ରିୟଙ୍କା ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ୍କୁ ହାତେଇବାରେ ଲାଗି ପଡିଛନ୍ତି । ପାର୍ଟିର ଦଳିତ ଭୋଟର ଏବେ ମାୟାବତୀଙ୍କ ପାଖକୁ ଚାଲିଯାଇଛନ୍ତି । ମୁସଲମାନ ସମାଜବାଦୀ ସହିତ ରହିଛନ୍ତି ଏବଂ ବ୍ରାହ୍ମଣ ହାତରେ ଅଛନ୍ତି । ଏପରିସ୍ଥିତିରେ ଉତ୍ତର ପ୍ରଦେଶରେ କଂଗ୍ରେସ ଦୁର୍ବଳ ହୋଇପଡିଛି । ଏବେ ରାଜ୍ୟରେ କଂଗ୍ରେସ 4 ନମ୍ବର ପାର୍ଟି ହୋଇ ରହିଯାଇଛି । ଲୋକସଭା ନିର୍ବାଚନରେ ବି ଦଳ ନିଜ ଅମେଠି ଗଡ ସୁଦ୍ଧା ବଞ୍ଚାଇପାରି ନଥିଲା । ରାହୁଳ ଗାନ୍ଧୀ ଏଠାରୁ ନିର୍ବାଚନ ହାରିଯାଇଥିଲେ ।
ଦଳିତ ସମାଜରେ ସନ୍ଥ ରବି ଦାସଙ୍କ ବଡ ସମ୍ମାନ ରହିଛି । ସାରା ଦେଶରେ ତାଙ୍କର ଅନେକ ଅନୁଗାମୀ ରହିଛନ୍ତି । ତାଙ୍କ ଜୟନ୍ତୀରେ ସାମିଲ ହୋଇ ପ୍ରୟଙ୍କା ଦଳିତ ସମାଜର ଭୋଟ ହାତେଇବା ଲକ୍ଷରେ ରହିଛନ୍ତି । ଦିଲ୍ଲୀ ନିର୍ବାଚନ ସରିବା କ୍ଷଣି ପ୍ରିୟଙ୍କା ହଠାତ ରବିଦାସଙ୍କ ଜୟନ୍ତୀରେ ୟୁପି ଆସିବା ନେଇ ନିଷ୍ପତ୍ତି ନେଇଛନ୍ତି ।