ETV Bharat Odisha

ଓଡିଶା

odisha

ETV Bharat / bharat

ପିସିଏସ ଅଧିକାରୀଙ୍କ ଆତ୍ମହତ୍ୟାର ପୁନଃତଦନ୍ତ ଦାବି କଲେ ପ୍ରିୟଙ୍କା ଗାନ୍ଧୀ - priyanka gandhi

ଉତ୍ତରପ୍ରଦେଶର ବାଲିଆରେ ମୁତୟନ ଥିବା ପିସିଏସ୍ ଅଧିକାରୀ ମଣି ମଞ୍ଜରୀ ରାୟଙ୍କ ଆତ୍ମହତ୍ୟା ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ସରକାରଙ୍କଠାରୁ ପୁନଃତଦନ୍ତ ଦାବି କରିଛନ୍ତି।

 ପ୍ରିୟଙ୍କା ଗାନ୍ଧୀ
ପ୍ରିୟଙ୍କା ଗାନ୍ଧୀ
author img

By

Published : Jul 12, 2020, 3:53 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଲିଆରେ ମୁତୟନ ଥିବା ପିସିଏସ୍ ଅଧିକାରୀ ମଣି ମଞ୍ଜରୀ ରାୟଙ୍କ ଆତ୍ମହତ୍ୟା ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ସରକାରଙ୍କଠାରୁ ପୁନଃତଦନ୍ତ ଦାବି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ମଣି ମଞ୍ଜରୀ ରାୟଙ୍କ ପରିବାରର ଲୋକେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମଗ୍ର ଘଟଣାର ଯଥାର୍ଥ ଅନୁସନ୍ଧାନ ହେବା ଉଚିତ୍ । ଏହି ମାମଲାରେ ମଣିଙ୍କ ବାପା ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ପ୍ରିୟଙ୍କା ଗାନ୍ଧୀ ଫେସବୁକରେ ଲେଖିଛନ୍ତି, ‘ବାଲିଆରେ ମୁତୟନ ହୋଇଥିବା ପିସିଏସ୍ ଅଧିକାରୀ ମଣି ମଞ୍ଜରୀ ରାୟଙ୍କ ସହ ଘଟିଥିବା ଦୁଃଖଦ ଘଟଣାରେ ତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ପରିବାର ସଦସ୍ୟ ଅନ୍ୟ ଏକ ଅନୁସନ୍ଧାନ ହେବା ଉଚିତ୍ ବୋଲି ଦାବି କରିଛନ୍ତି। ମୁଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଆଉ ଏକ ଅନୁସନ୍ଧାନ ମାଧ୍ୟମରେ ସମସ୍ତ ତଥ୍ୟ ସାମ୍ନାକୁ ଆଣିବାକୁ ଅନୁରୋଧ କରିଛି ’।

ଏହାପୂର୍ବରୁ ମଧ୍ୟ ଉଚିତ୍ ତଦନ୍ତ କରିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଦାବି କରିଥିଲେ । ପ୍ରକାଶଥାଉକି, ପିସିଏସ ଅଧିକାରୀ ପ୍ରଶାସନ କାର୍ଯ୍ୟପ୍ରଣାଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ । ଏହାପରେ ବାଲିଆର ମାନିୟର ନଗର ପଞ୍ଚାୟତର ଇଡି ମଣିମଞ୍ଜରୀ ରାୟ ଜୁଲାଇ 7 ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ABOUT THE AUTHOR

author-img

...view details