ନୂଆଦିଲ୍ଲୀ: ସାରା ଦେଶକୁ ଅସହାୟ କରିଦେଇଛି କୋରୋନା ଭାଇରସ । ଜୀବନ ବଞ୍ଚିବାକୁ ଯାଇ ସାରା ଦେଶକୁ କରାଯାଇଛି ଲକ ଡାଉନ । ହେଲେ ରୋଗ ପୂର୍ବରୁ ଲକ ଡାଉନର ପ୍ରଭବା ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦକୁ ଠେଲି ହୋଇଯାଇଛି । ଫଳରେ ଭୋକ ଉପାସରେ 3,4 ଦିନ କାଟିବା ପରେ ଘର ମୁହାଁ ହେବାକୁ ଉଦ୍ୟମ କରୁଛନ୍ତି ଏମାନେ। ଏଭଳି ସ୍ଥିତିରେ ଟେଲିକମ କମ୍ପାନୀଙ୍କୁ ଚିଠି ଲେଖି ସହାୟତା ମାଗିଛନ୍ତି ପ୍ରିୟଙ୍କା ଗାନ୍ଧୀ ।
ଟେଲିକମ କମ୍ପାନୀଙ୍କୁ ପ୍ରିୟଙ୍କାଙ୍କ ଚିଠି: ସଙ୍କଟରେ ଲୋକେ, ଫ୍ରି କର ମୋବାଇଲ ସେବା - ସଙ୍କରେ ଲୋକେ
ପ୍ରବାସୀ ଶ୍ରମିକଙ୍କ ପାଇଁ ଟେଲିକମ କମ୍ପାନୀଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଚିଠି । ଘଡିସନ୍ଧି ସମୟରେ ଦେଶବାସୀଙ୍କ ସାହାଯ୍ୟ କରିବା ରାଷ୍ଟ୍ରୀୟ କର୍ତ୍ତବ୍ୟ । ଫ୍ରି କର ମୋବାଇଲ ସେବା ।
ସେ ଚିଠିରେ ଲେଖିଛନ୍ତି, ଭୋକ, ଉପାସ ଓ ରୋଗରେ ପୀଡିତ ପରିବାର ତଥା ଘରକୁ ଯିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ସହାୟତା କରନ୍ତୁ । ଏଭଳି ଏକ ଘଡିସନ୍ଧି ସମୟରେ ଦେଶବାସୀଙ୍କ ସାହାଯ୍ୟ କରିବା ରାଷ୍ଟ୍ରୀୟ କର୍ତ୍ତବ୍ୟ । ଏହି ସମୟରେ ଟେଲି କମ୍ପାନୀ ଏକ ସକରାତ୍ମକ କାମ କରିପାରିବେ ।
ଘରୁକୁ ଫେରୁଥିବା କେତେକ ବ୍ୟକ୍ତିଙ୍କ ମୋବାଇଲ ରିଚାର୍ଚ୍ଚ ଶେଷ ହୋଇଥାଇପାରେ । ତେଣୁ ସେମାନେ ନିଜ ପରିଜନଙ୍କୁ ଫୋନ କରିପାରିବେ ନାହିଁ କି ଉଠାଇ ପାରବେ ନାହିଁ । ତେଣୁ ସେ ଏହି କମ୍ପାନୀମାନଙ୍କୁ ଅନୁରୋଧ କରି କହିଛନ୍ତି, ଏହି ସମୟରେ ଇନକମିଙ୍ଗ ଓ ଆଉଟଗୋଇଙ୍ଗ ଗୋଟିଏ ମାସ ପାଇଁ ନିଶୁଳ୍କ କରିଦିଅନ୍ତୁ । ସେମାନେ ତାଙ୍କ ଜୀବନର ସବୁଠାରୁ କଠିନ ପର୍ଯ୍ୟାୟରେ ଗତି କରୁଛନ୍ତି । ନିଜ ପରିଜନଙ୍କ ସହ କଥା ହୋଇ ସେମାନେ କିଛି ସାନ୍ତ୍ବନା ପାଇବେ ବୋଲି କହିଛନ୍ତି ପ୍ରିୟଙ୍କା ।