ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ସକ୍ରିୟ ରାଜନୀତିରେ ପାଦ ରଖିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କଂଗ୍ରେସର ରାଷ୍ଟ୍ରୀୟ ମହାସଚିବର ଦାୟିତ୍ବ ବି ତୁଲାଉଛନ୍ତି ପ୍ରିୟଙ୍କା । ତେବେ ଏହାପରେ ସୋସିଆଲ ମିଡିଆରେ ବି ସକ୍ରିୟ ହୋଇଥିଲେ ପ୍ରିୟଙ୍କା । ଟ୍ବିଟରରେ ଆକାଉଣ୍ଟ ଖୋଲିବା ସହ ପ୍ରଥମ ଥର ଟ୍ୱିଟ କରିଛନ୍ତି ପ୍ରିୟଙ୍କା ।
ପ୍ରିୟଙ୍କାଙ୍କ ପ୍ରଥମ ଟ୍ବିଟ, ପସନ୍ଦ କଲେ 40 ହଜାର - CWC
ଅହମଦାବାଦରେ କଂଗ୍ରେସ କାର୍ଯ୍ୟ ସମିତି(ସିଡବ୍ଲୁସି)ରେ ସାମିଲ ହେବା ପରେ ସେ ପ୍ରଥମ ଟ୍ବିଟ କରିଛନ୍ତି । ଏହି ଟ୍ବିଟରେ ସେ ସାବରୀମତୀ ଆଶ୍ରମ ଓ ମହାତ୍ମା ଗାନ୍ଧୀଙ୍କ ଏକ ବାକ୍ୟକୁ ନେଇ ଟ୍ବିଟ କରିଛନ୍ତି ।
ଅହମଦାବାଦରେ କଂଗ୍ରେସ କାର୍ଯ୍ୟ ସମିତି(ସିଡବ୍ଲୁସି)ରେ ସାମିଲ ହେବା ପରେ ସେ ପ୍ରଥମ ଟ୍ବିଟ କରିଛନ୍ତି । ଏହି ଟ୍ବିଟରେ ସେ ସାବରୀମତୀ ଆଶ୍ରମ ଓ ମହାତ୍ମା ଗାନ୍ଧୀଙ୍କ ଏକ ବାକ୍ୟକୁ ନେଇ ଟ୍ବିଟ କରିଛନ୍ତି ।
ସେ କହିଛନ୍ତି ଯେ ସାବରୀମତୀର ସରଳତାରେ ସତ୍ୟ ଜୀବିତ ଅଛି । ଯଦି ହିଂସାରେ କିଛି ଭଲ ହେଉଛି, ତେବେ ତାହା ଅସ୍ଥାୟୀ । ଅନ୍ୟପକ୍ଷେ ହିଂସାରେ ସର୍ବଦା ଖରାପ ହିଁ ହୋଇଥାଏ ବୋଲି ଟ୍ୱିଟ କରିଛନ୍ତି ପ୍ରିୟଙ୍କା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ ଗୁଜୁରାଟରେ ପ୍ରଥମ ନିର୍ବାଚନୀ ଭାଷଣ ଦେଇଛନ୍ତି । ଏହି ଭାଷଣରେ ସେ ମୋଦିଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ ଦେଶରେ ହିଂସାର ବାତାବରଣ ସୃଷ୍ଟି କରାଯାଉଛି । ଏଥିପାଇଁ ସମସ୍ତଙ୍କୁ ମିଳିତ ଭାବେ ଏହାର ସାମ୍ନା କରିବାକୁ ପଡିବ ବୋଲି ସେ କହିଛନ୍ତି । ପ୍ରିୟଙ୍କା ଫେବୃଆରୀ ୧୧ରେ ଟ୍ବିଟରରେ ଆକାଉଣ୍ଟ ଖୋଲିଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର ୨ ଲକ୍ଷରୁ ଅଧିକ ଫୋଲୱାର୍ସ ଅଛନ୍ତି ।