ଓଡିଶା

odisha

ETV Bharat / bharat

ୟୁପି ସରକାରଙ୍କ ନିକଟକୁ ଚିଠି ଲେଖିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା - ୟୁପି ସରକାରଙ୍କ ନିକଟକୁ ଚିଠି ଲେଖିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ୟୁପି ସରକାରଙ୍କ ନିକଟକୁ ଚିଠି ଲେଖିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା । ଲକ ଡାଉନରେ ପ୍ରଭାବିତ ହୋଇଥିବା କୃଷକ, ଖଟିଖିଆ ଓ ମଧ୍ୟବିତ୍ତଙ୍କ ପାଇଁ ଋଣ ଛାଡ କରିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ....

Priyanka Gandhi Vadra, writes to Yogi Adityanath giving 11 suggestions for bringing relief to people of the state in view of COVID19.
ୟୁପି ସରକାରଙ୍କ ନିକଟକୁ ଚିଠି ଲେଖିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

By

Published : May 13, 2020, 11:15 PM IST

ନୂଆଦିଲ୍ଲୀ : ୟୁପି ସରକାରଙ୍କ ନିକଟକୁ ଚିଠି ଲେଖିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା । ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ସମଗ୍ର କୋରୋନା ମହାମାରୀ ପାଇଁ ବିଶେଷ କରି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ବେଶ ପ୍ରଭାବିତ ହୋଇଛନ୍ତି । ଫଳରେ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରିଛନ୍ତି । ଏନେଇ ସେମାନଙ୍କ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଯୋଗୀ ସରାକାରଙ୍କୁ 11ଟି ପରାମର୍ଶ ଦେଇଛନ୍ତି ।

ବେସରକାରୀ ବିଦ୍ୟାଳୟଗୁଡ଼ିକ ଦେୟ ଛାଡ଼ ଘୋଷଣା କରାଯିବା ସହିତ ଲୋନ ଉପରେ ସୁଧହାର ଶୂନକୁ ହ୍ରାସ କରାଯିବା ଉଚିତ । ଚାରି ମାସର ପାଣି ଓ ଘରୋଇ ବିଦ୍ୟୁତ୍ ବିଲ୍ ଛାଡ କରାଯିବା ସହ ସେମାନଙ୍କର ବକେୟା ବିଦ୍ୟୁତ୍ ବିଲ୍ ଉପରେ ଜରିମାନା ମଧ୍ୟ ଛାଡ କରାଯିବା ଉଚିତ୍ ବୋଲି ପ୍ରିୟଙ୍କା ପରାମର୍ଶ ଦେଇଛନ୍ତି । କୃଷକଙ୍କ ଲୋନ ଉପରେ 4 ମାସରେ ସୁଧ ଛାଡ କରିବା, ପୁରା ଫସଲ କିଣିବା ପାଇଁ କୃଷକମାନଙ୍କୁ ନିଶ୍ଚିତ କରାଯିବା । କୋରୋନା ସମୟରେ ଶିଖ୍ ମିତ୍ର, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ନିସ୍ବାର୍ଥପର ସେବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ କି ବୋନସ୍ ଭାବରେ ଏକ ମାସ ଦରମା ପ୍ରଦାନ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ୟୁପିରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନେଇଥିବା ଲୋନ ଛାଡ କରାଯିବା ଦରକାର । ବୁଣାକାରଙ୍କ ବିଦ୍ୟୁତ୍ ବିଲ୍ ଛାଡ କରାଯିବା ସହିତ ପ୍ରତ୍ୟେକ ବୁଣାକାରଙ୍କୁ ମାସକୁ 12 ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ଉଚିତ୍ । ବ୍ୟବସାୟୀ ଓ କାରିଗରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ସହିତ କୁକୁଡା ପାଳନ କରୁଥିବା ଚାଷୀଙ୍କ ପରିବାରକୁ ସର୍ବନିମ୍ନ 12 ହଜାର ଟଙ୍କା ସହାୟତା ପ୍ରଦାନ ପ୍ରଦାନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ସୌଜନ୍ଯ @ANI

For All Latest Updates

ABOUT THE AUTHOR

...view details