ନୂଆଦିଲ୍ଲୀ: ରବିବାର ସଂଧ୍ୟାରୁ ଦିଲ୍ଲୀର ଜାମିୟାମିଲିୟା ଇସଲାମିଆ ବିଶ୍ଵବିଦ୍ୟାଳୟରରେ ହୋଇଥିବା ଘଟଣାରେ ଏବେ ସାରା ଦେଶର ଗୋଟିଏ ପରେ ଗୋଟିଏ ବିଶ୍ବ ବିଦ୍ୟାଳୟ ଯୋଡିହେଉଛି। ଛାତ୍ରଛାତ୍ରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି, ତାହାର ପ୍ରତିବାଦରେ ଏବେ ସାରା ଦେଶରେ ଜଳୁଛି ନିଆଁ।
ଛାତ୍ରଛାତ୍ରୀଙ୍କୁ ସମର୍ଥନ କରି ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ - ମହାସଚିବ ପ୍ରିୟଙ୍କା ଗାନ୍ଧୀ
ଦେଶର ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ଅସନ୍ତୋଷକୁ ବିରୋଧ ଓ ସେମାନଙ୍କର ସମର୍ଥନରେ ଧାରଣରେ ବସିଲେ ପ୍ରିୟଙ୍କା ଗାନ୍ଧୀ।
![ଛାତ୍ରଛାତ୍ରୀଙ୍କୁ ସମର୍ଥନ କରି ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ PHOTO](https://etvbharatimages.akamaized.net/etvbharat/prod-images/768-512-5391168-thumbnail-3x2-aaaaa.jpg)
ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ
ଛାତ୍ରଛାତ୍ରୀଙ୍କ ସମର୍ଥନରେ ଆଜି ଅପରାହ୍ନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଇଣ୍ଡିଆ ଗେଟ ନିକଟରେ ସାଙ୍କେତିକ ଧାରଣରେ ବସିଛନ୍ତି। ତାଙ୍କ ସହ ଏହି ଧାରଣରେ ସାମିଲ ହୋଇଛନ୍ତି କେସି ବେଣୁଗୋପାଳ, ଏକେ ଆଣ୍ଟୋନି, ପିଏଲ ପୁନିଆ ଓ ଅହମ୍ମଦ ପଟେଲ। ଏହା ସହ ମୋଦି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରିୟଙ୍କା ଗାନ୍ଧୀ।