ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ମାହୋଲ । ଏହା ବିରୋଧରେ ଉତ୍ତରପ୍ରଦେଶ ସରକାରକୁ ବାରମ୍ବାର ଟାର୍ଗେଟ କରିଚାଲିଛି କଂଗ୍ରେସ । ଏହି ମଧ୍ୟରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ପୀଡିତାଙ୍କ ପରିବାରକୁ ଭେଟିବାକୁ ହାଥରସ ଅଭିମୁଖେ ବାହାରିଛନ୍ତି ।
ହାଥରସ ଅଭିମୁଖେ ରାହୁଲ ପ୍ରିୟଙ୍କାଙ୍କ ପଦଯାତ୍ରା
ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା ପୀଡିତାଙ୍କ ପରିବାରକୁ ଭେଟିବାକୁ ହାଥରସ ଅଭିମୁଖେ ବାହାରିଛନ୍ତି । ଅଧିକ ପଢନ୍ତୁ...
ଉଭୟ ଭାଇ ଓ ଭଉଣୀ ତାଜ ଏକ୍ସପ୍ରେସୱେ ଜରିଆରେ ହାଥରସ ଅଭିମୁଖେ ପଦଯାତ୍ରା କରୁଛନ୍ତି । ଗ୍ରେଟର ନୋଏଡା ପାଖରେ ସେମାନଙ୍କ ଗାଡିକୁ ଅଟକାଇଥିଲା ପୋଲିସ । ଯାହାଫଳରେ ରାହୁଲ ଓ ପ୍ରିୟଙ୍କା ପଦଯାତ୍ରା ଯୋଗେ ହାଥରସ ପହଞ୍ଚିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ସହ ପୋଲିସରର ମୁହାଁମୁହିଁ ସ୍ଥିତି ଉପୁଜିଛି । ପୋଲିସ ଲାଠିଚାର୍ଜ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କା । ସମ୍ପୂର୍ଣ୍ଣ ଅଞ୍ଚଳରେ ଧାରା 144 ଲାଗୁ କରିଦିଆଯାଇଛି ।
ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଏପରି ଘଟଣାରେ ମୋର ରାଗ ଅତ୍ୟଧିକ ବଢିଯାଉଛି । ମୋର ମଧ୍ୟ 18 ବର୍ଷର ଝିଅ ଅଛି । ହିନ୍ଦୁ ଧର୍ମରେ କେଉଁଠି ପରିବାର ବିନା ଅନ୍ତିମ ସଂସ୍କାର ହେବାର ଲେଖା ଅଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।